ପାର୍ବଣ ଋତୁ ପାଇଁ କେନ୍ଦ୍ରର କଡ୍ଡା ଗାଇଡଲାଇନ, ମାସେ ବଢିଲା କରୋନା କଟକଣା
ଦେଶରେ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର କରୋନା କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ଜାରି କରିଛି ଗାଇଡଲାଇନ୍ । ମେଳା ମହୋତ୍ସବ ସମୟରେ ଅଧିକ ଜନଗହଳି ହେଲେ, ତାହା ପୁଣି କରୋନା ସଂକ୍ରମଣ ବଢ଼ାଇବା ଆଶଙ୍କା ରହିଛି ।
ଏଣୁ ପାର୍ବଣ ସମୟରେ ଯେପରି ଅଧିକ ଜନଗହଳି ନହୁଏ, ଲୋକମାନେ କୋଭିଡ ନିୟମାବଳୀ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗାଇଡଲାଇନରେ କୁହାଯାଇଛି ଯେ, ରାଜ୍ୟ ସରକାରଗୁଡ଼ିକ କରୋନା ପଜିଟିଭିଟି ହାର, ପ୍ରତି ଜିଲ୍ଲାରେ ଥିବା ହସପିଟାଲଗୁଡ଼ିକର ଶଯ୍ୟା ଓ ଆଇ.ସି.ୟୁ.ରେ କେତେ ରୋଗୀ ରହୁଛନ୍ତି, ତାହା ଉପରେ ତୀକ୍ଷଣ ଦୃଷ୍ଟି ରଖନ୍ତୁ ।
କୌଣସି ସ୍ଥାନରେ ସଂକ୍ରମଣ ବଢ଼ିଲେ ପ୍ରଶାସନ ଅବିଳମ୍ବେ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବା ଉଚିତ। ରାଜ୍ୟଗୁଡ଼ିକ କରୋନା ମୁକାବିଲା ପାଇଁ ପରୀକ୍ଷା, ଚିକିତ୍ସା, ଟୀକାକରଣ ଓ କୋଭିଡ୍ ନିୟମାବଳୀ ପାଳନ ଉପରେ ଗୁରୁତ୍ବ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି।
Comments are closed.