ରାଉରକେଲାରେ କୋଭିଡ୍ ଟିକା ପାଇଁ ଯୁବପିଢ଼ିଙ୍କ ଉତ୍ସାହ, ପ୍ରଥମ ଦିନରେ ୩,୮୦୦ ଜଣ ନେଲେ ସୁରକ୍ଷା କବଚ

Share It

ରାଉରକେଲା, : ରାଉରକେଲା ସହରରେ ମଙ୍ଗଳବାର ଦିନ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ଏହି ଟିକା ନେବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା । ଟିକାଦାନ କେନ୍ଦ୍ରରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଅନେକ ହିତାଧିକାରୀ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି କୋଭିଡ୍ ବିରୋଧରେ ଏହି ସୁରକ୍ଷା କବଚ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାଉରକେଲା ପାଇଁ ରାଜ୍ୟ ସରକାରଙ୍କ କୋଟାରୁ ଟିକା ଆସିବା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାଦାନ ଲାଗି ନୂତନ ସୂଚୀ ପ୍ରସ୍ତୁତ କରାଯାଇଥିଲା । ଏଥିରେ ପ୍ରଥମ ଥର ପାଇଁ ୧୮ରୁ ୪୪ ବର୍ଷ ବର୍ଗ ପାଇଁ ଟିକା ଦେବାର ଘୋଷଣା କରାଯାଇଥିଲା । ଯେଉଁ ବ୍ୟକ୍ତିମାନେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିଲେ ସେମାନେ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେଇଛନ୍ତି ।

କୋଭିଡ୍ ଟିକାଦାନ ପାଇଁ ରାଉରକେଲାରେ ୮ଟି କେନ୍ଦ୍ର କରାଯାଇଛି । ମଙ୍ଗଳବାର ଦିନ ମୋଟ ୩୮୦୦ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି । ପ୍ରତି କେନ୍ଦ୍ରରେ ୫୦୦ ଜଣଙ୍କୁ ଟିକା ଦେବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିଲା । ଟିକାଦାନର ନୂତନ ସୂଚୀ ଅନୁଯାୟୀ ବର୍ତ୍ତମାନ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ଦିଆଯାଉଛି । ସେହିପରି ୪୫ ପ୍ଲସ୍‌ଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର ଧାର୍ଯ୍ୟ କରାଯାଇଛି । ସେମାନଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି । ଏହି ବର୍ଗ ପାଇଁ ଆଗୁଅ । ପଞ୍ଜୀକରଣର ଆବଶ୍ୟକତା ନାହିଁ । ସେମାନେ ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜୀକରଣ କରିବାକୁ ପ୍ରଶାସନ ସୂଚନା ଦେଇଛି ।

“ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଉରକେଲା ସହରର ଯୁବପିଢ଼ିଙ୍କୁ କୋଭିଡ୍ ଟିକା ଦିଆଯାଇଛି । ସେମାନେ କୋଭିଡ୍ ନିୟମ ପାଳନ କରି ଟିକା ନେଇଥିବାରୁ ଏବଂ ପ୍ରଶାସନକୁ ସହଯୋଗ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି\’\’, ଏହି ଅବସରରେ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

“ରାଉରକେଲାର ୮ଟି ଯାକ କେନ୍ଦ୍ରରେ ଆଜି ଶୃଙ୍ଖଳିତ ଭାବେ ଟିକାକରଣ କରାଯାଇଛି । ଏଥିପାଇଁ ମୁଁ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ, ପୋଲିସ ପ୍ରଶାସନ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ସ୍ୱେଚ୍ଛାସେବୀ ତଥା ଏହି ବ୍ୟାପକ କାର୍ଯ୍ୟକ୍ରମ ସହ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଯୁବପିଢ଼ିକୁ ମୋର ବିଶେଷ ଅନୁରୋଧ ସେମାନେ ନିଜ ସ୍ଲଟ୍ ଅନୁଯାୟୀ ଆସି କୋଭିଡ୍ ନିୟମ ପାଳନ କରି ଟିକା ନିଅନ୍ତୁ । ଟିକାଦାନ କେନ୍ଦ୍ରକୁ ଆଗୁଆ ଆସି ଭିଡ଼ କରନ୍ତୁ ନାହିଁ\’\’, କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

୧୮ରୁ ୪୪ ବର୍ଗ ପାଇଁ କୋଭିଡ୍ ଟିକାକରଣ ବେଳେ ପ୍ରଶାସନ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ପ୍ରତି କେନ୍ଦ୍ରରେ ଦୈନିକ ୫୦୦ ଟିକାକରଣ ଟାର୍ଗେଟ ରଖାଯାଇଥିଲା । ଏଥିପାଇଁ ୮ଟି କେନ୍ଦ୍ରରେ ୩୫ ଜଣ ସ୍ୱାସ୍ଥ୍ୟ କର୍ମୀ, ୧୬ ଜଣ ଡାଟା ଏଣ୍ଟ୍ରି ଅପରେଟର ଏବଂ ୨୫ ଜଣ ସ୍ୱେଛାସେବୀ ନିୟୋଜିତ ହୋଇଥିଲେ । ବିଭିନ୍ନ କେନ୍ଦ୍ରରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ କମିଶନର ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ କେନ୍ଦ୍ର ବୁଲି ତଦାରଖ କରିଥିଲେ ।

ଟିକାଦାନ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ବିଶେଷ ଗୁରୁô ଦିଆଯାଇଥିଲା । ଟିକା ନେବାକୁ ଆସିଥିବା ବ୍ୟକ୍ତି ମାସ୍କ ପିନ୍ଧିବା ସହ ପରସ୍ପରଠାରୁ ଶାରୀରକ ଦୂରତା ରକ୍ଷା କରିଥିଲେ । ପ୍ରଶାସନ ପକ୍ଷରୁ କେନ୍ଦ୍ରରେ ବସିବାର ବ୍ୟବସ୍ଥା କରାଯାଇଥିଲା । ପିଇବା ପାଣିର ବ୍ୟବସ୍ଥା ସହିତ ବିଭିନ୍ନ ଘୋଷଣା ପାଇଁ ମାଇକ୍ ଲଗା ଯାଇଥିଲା । ଯୁବପିିଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଥାନରେ ସେଲ୍ଫି କର୍ଣ୍ଣର କରାଯାଇଥିଲା । ଟିକା ନେବା ବେଳର ଫଟୋ ବହୁ ବ୍ୟକ୍ତି ସୋସିଆଲ ମିଡିଆରେ ପକାଇ ନିଜର ଉତ୍ସାହ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ରାଉରକେଲାରେ ଟିକାକରଣର ନୂତନ ସୂଚୀ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଥିଲା । ବିଶେଷକରି ସୋସିଆଲ ମିଡିଆରେ ଏହି ସୂଚନା ଏବଂ ଭିଡିଓ ମାଧ୍ୟମରେ ପରାମର୍ଶ ପ୍ରକାଶ କରାଯାଇଥିଲା । ତା\’ସହିତ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଖବରର ପ୍ରସାରଣ ଫଳରେ ଏ ବାବଦରେ ସଚେତନତା ସୃଷ୍ଟି ହୋଇପାରିଛି ।


Share It

Comments are closed.