ବର୍ତ୍ତମାନ ଭାରତରେ ୨-୧୮ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟୀକା, ଡିଜିସିଆଇ ଦେଲା କୋଭାକ୍ସିନକୁ ମଞ୍ଜୁରୀ
ସାରା ଦେଶରେ କରୋନାକୁ ମାତ୍ ଦେବାକୁ ଜାରି ରହିଛି ଟିକାକରଣ । ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ବ୍ୟାପକ ଅଭିଯାନ ଜାରି ରଖିଛନ୍ତି । ଏହା ଭିତରେ ଦେଶରେ ୮୦ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି ।
ତେବେ ବିଭିନ୍ନ ରାଜ୍ୟର ମଧ୍ୟ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଏବେ ଦେଶରେ କରୋନା ସ୍ଥିତି ଭଲରେ ଅଛି । ଏହାକୁ ଦୃଷ୍ଟିରେ ରଖି ସରକାର ନବମ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ସହ ପାଠପଢା ଜାରି ରଖିଛନ୍ତି । ଆଗକୁ ମଧ୍ୟ ପ୍ରାଥମିକ ସ୍ତରରେ ସ୍କୁଲ ଖୋଲିବାକୁ ଯୋଜନା କରିଛନ୍ତି ସରକାର । ସବୁ ରାଜ୍ୟକୁ ଏନେଇ ନିଷ୍ପତ୍ତି ନେବାକୁ ଅନୁମତି ଦିଆସାରିଛି ।
ଏହାରି ଭିତରେ କେନ୍ଦ୍ର ସରକାର ୨ ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାର ଗାଇଡଲାଇନ ଆଣିବେ । ତେବେ ପିଲାଙ୍କୁ କୋଭାକ୍ସିନ ଟିକାକୁ DCGI ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଫଳରେ ପିଲାଙ୍କୁ କୋଭାକ୍ସିନର ୨ଟି ଡୋଜ୍ ଦିଆଯିବ ।
Comments are closed.