କରୋନା ମହାମାରୀରେ ସାଂସଦ ପ୍ରଜ୍ଞା ଠାକୁରଙ୍କ ଅଞ୍ଚଳରେ ଅନୁପସ୍ଥିତିକୁ ନେଇ ସମାଲୋଚନା କଲା କଂଗ୍ରେସ

Share It

ମଧ୍ୟ ପ୍ରଦେଶରେ କରୋନାର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ଏହି ମଧ୍ୟରେ ଭୋପାଳ ସାଂସଦ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ନିଖୋଜ ଭାବେ ଘୋଷଣା କରି ମଧ୍ୟପ୍ରଦେଶର ପୂର୍ବତ୍ତନ ମନ୍ତ୍ରୀ ଏବଂ ବରିଷ୍ଠ ବିଧାୟକ ପି.ସି ଶର୍ମା କହିଛନ୍ତି ଯେ, କରୋନା ମହାମାରୀ ଭଳି ଘଡିସନ୍ଧି ମୂହୂର୍ତ୍ତରେ ଯେତେବେଳ ଲୋକଙ୍କୁ ତାଙ୍କର ସେବାର ଅଧିକ ଆବଶ୍ୟକତା ରହିଛି କିନ୍ତୁ ସେହି ସମୟରେ ତାଙ୍କର ଦେଖା ନ ମିଳିବା ସବୁଠାରୁ ବଡ ଦୁର୍ଭାଗ୍ୟପୂର୍ଣ୍ଣ କଥା ଅଟେ ।
ବରିଷ୍ଠ କଂଗ୍ରେସ ନେତା ପି.ସି ଶର୍ମା କହିଛନ୍ତି ଯେ, “ଏହା ବସ୍ତାବରେ ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଏହା ଯେ, ବିଶ୍ୱ ମହାମାରୀ ଭଳି ଘଡିସନ୍ଧି ମୂହୂର୍ତ୍ତରେ ଲୋକଙ୍କୁ ଯେତେବେଳେ ଖାଦ୍ୟ, ପାନୀୟ, ଚିକିତ୍ସା ଏବଂ ଇ-ପାସ ଭଳି ଅତ୍ୟାବଶକୀୟ ଜିନଷର ଆବଶ୍ୟକତା ରହିଛି କିନ୍ତୁ ସେହି ସମୟରେ ତାଙ୍କର ଅସୁବିଧା ବୁଝିବା ପାଇଁ ସାଂସଦଙ୍କର ଭୋପାଲରେ ଦେଖାମିଳୁ ନାହିଁ ।”
ସେ କହିଛନ୍ତି ଯେ, ଜନସାଧାରଣ ତାଙ୍କୁ ବୃହତ୍ତ ବ୍ୟବଧାନରେ ବିଜୟୀ କରିଥିଲେ ସେଥିପାଇଁ ଲୋକଙ୍କର ତାଙ୍କ ଠାରୁ ଅନେକ ଆଶା ମଧ୍ୟ ରହିଛି । କିନ୍ତୁ ସବୁଠାରୁ ଦୁଃଖଦ କଥା ଏହା ଯେ, କରୋନା ଭଳି ମହାମାରୀ ସମୟରେ ତାଙ୍କର ଅଞ୍ଚଳରେ ଦେଖା ମିଳୁ ନାହିଁ । ସେପଟେ ଏହାର ଜବାବ ଦେବାକୁ ଯାଇ ଭୋପାଳ ପୂର୍ବତ୍ତନ ସାଂସଦ ତାଙ୍କ ବିଜେପି ନେତା ଆଲୋକ ସେଙ୍ଗର କହିଛନ୍ତି ଯେ, “ଏହା ଲାଗୁଛି ଯେ ଶର୍ମାଙ୍କୁ ତାଙ୍କ ପ୍ରଜ୍ଞାଙ୍କ ସଂପର୍କରେ କିଛି ଜଣା ନାହିଁ । ସେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦିଲ୍ଲୀର ଏକ ଭର୍ତ୍ତି ହୋଇଛନ୍ତି । ”
ଏହା ଜାଣିବା ପରେ ଶର୍ମା କହିଥିଲେ, “ଆମର ସହାନୁଭୂତି ତାଙ୍କ ପ୍ରତି ଅଛି ଏବଂ ଏହା ବାଦ ଏଭଳି ସଂଙ୍କଟ ସମୟରେ ଲୋକଙ୍କୁ ଯେପରି ସମସ୍ତ ସୁବିଧା ମିଳିପାରିବ ସେଥିପାଇଁ ସେ ସୁନିଶ୍ଚିତ କରାନ୍ତୁ । ଲୋକଙ୍କୁ ଖାଦ୍ୟ, ପାନୀୟ, ଚିକିତ୍ସା ଏବଂ ଇ-ପାସ ଭଳି ଅତ୍ୟାବଶକୀୟ ଜିନଷ ପାଇଁ ଅନେକ ସମସ୍ୟାର ସମ୍ମୁଖୀଂ ହେବାକୁ ପଡୁଛି । କିନ୍ତୁ ତାଙ୍କ ପକ୍ଷରୁ କୌଣସି ବି ବ୍ୟକ୍ତି ସହାୟତା ପାଇଁ ହାତ ବଢାଉ ନାହାନ୍ତି ।”


Share It

Comments are closed.