ଖରା ଦିନିଆ ଥଣ୍ଡା ଜ୍ୱର ନା କରୋନା ? ଜାଣିବେ କିପରି

Share It

କୋଭିଡ୍ ଓ ସାଧାରଣ ଥଣ୍ଡାର ପ୍ରାୟ ଲକ୍ଷଣ ଏକାପରି । ଟେଷ୍ଟ ନ କରିବା ପର‌୍ୟ୍ୟନ୍ତ ରୋଗ ଜାଣିବା କଷ୍ଟକର । ଖରାଦିନିଆ ଥଣ୍ଡାରେ ସଂକ୍ରମଣ ସର୍ବାଧିକ ୫ରୁ ୭ ଦିନ ରହିଥାଏ । ସଂକ୍ରମଣ ସମୟରେ ଥଣ୍ଡା, ଆଲର୍ଜି, ଛିଙ୍କ, ନାକରୁ ପାଣି ବାହାରିବା, ତଣ୍ଟି କୁଣ୍ଡାଇବା ହେବା, ଜ୍ୱର, ଝାଳ ବାହାରିବା ଓ କାଶ ଆଦି ହୋଇଥାଏ । ଯେଉଁମାନେ ବେଶି ସମୟ ବାହାରେ ରହି ଗରମ ପବନ ସଂସ୍ପର୍ଶରେ ଆସିଥାନ୍ତି, ସେମାନଙ୍କ ନିକଟରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ କରୋନା ହେଲେ ତଣ୍ଟି ଦରଜ, ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା, ନାକରୁ ପାଣି ବାହାରିବା ଓ ପେଟ ଯନ୍ତ୍ରଣା ଆଦି ଦେଖାଦେଇଥାଏ ।

ସାଧାରଣତଃ ପେଟ ଯନ୍ତ୍ରଣା ଓ ଶରୀର ଦରଜ ହେବା ଥଣ୍ଡାର ଲକ୍ଷଣ ନୁହେଁ । ତେଣୁ ଜ୍ୱର ସମୟରେ ଏପରି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କୁ ଖରାଦିନିଆ ଥଣ୍ଡା ହୁଏ, ତେବେ ଏହି ସଂକ୍ରମଣ ଏକ ସପ୍ତାହ ଯାଏ ରହିଥାଏ । କିନ୍ତୁ ଯଦି ଏହି ସଂକ୍ରମଣ ଅଧିକ ଦିନ ରହେ, ତେବେ କରୋନା ପରୀକ୍ଷା କରାଇ ନିଅନ୍ତୁ । କାରଣ କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି । ଏବେ ଓମାଇକ୍ରନ୍ ଭାରିଆଣ୍ଟ ଓ ଏହାର ସବ୍ ଭାରିଆଣ୍ଟ ବିଏ-୨ ମୁଖ୍ୟତଃ ସଂକ୍ରମଣ ବଢାଇଚାଲିଛି ।


Share It

Comments are closed.