ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଦାବୀ, ପତଞ୍ଜଳୀ ପ୍ରସ୍ତୁତ କରିସାରିଛି କରୋନା ଔଷଧ
ମହାମାରୀ କରୋନା ଭାଇରସ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ଟୀକା ପ୍ରସ୍ତୁତ କରିପାରିନଥିବାବେଳେ ଏହାକୁ ନେଇ ବର୍ତ୍ତମାନ ପତଞ୍ଜଳୀ ଯୋଗପୀଠ ପକ୍ଷରୁ ବଡ ବୟାନ ଜାରୀ କରାଯାଇଛି । ପତଞ୍ଜଳୀ ପକ୍ଷରୁ କରୋନା ଭାଇରସ ବିରୋଧରେ ଲଢେଇ କରିବା ପାଇଁ ଔଷଧ ପ୍ରସ୍ତୁତ କରାଯାଇଛି ବୋଲି ସେ ଦାବୀ କରିଛି । ଏହା ଏକ ଆୟୁର୍ବେଦିକ ଔଷଧ, ଯେଉଁଥିରୁ ସେ ଅନେକ ରୋଗୀଙ୍କୁ ସୁସ୍ଥ କରିଥିବାର ମଧ୍ୟ ଦାବୀ କରିଛି ।
ପତଞ୍ଜଳୀ ପକ୍ଷରୁ ଆଚାର୍ଯ୍ୟ ବାଳକୃଷ୍ଣ ଏହି ସଂପର୍କରେ ସୂଚନା ଦେଇଛନ୍ତି । ବାଳକୃଷ୍ଣ କହିଛନ୍ତି ଯେ, ପତଞ୍ଜଳୀ କରୋନା ପାଇଁ ଔଷଧ ପ୍ରସ୍ତୁତ କରି ସାରିଛି । କେବଳ ଏତିକି ନୁହେଁ ପତଞ୍ଜଳୀ ଦ୍ୱାରା ସୁସ୍ଥ ହୋଇଥିବା ସମସ୍ତ ରୋଗୀଙ୍କ ଡାଟା ମଧ୍ୟ ରଖାଯାଇଛି । ସେ ଆହୁରୀ କହିଛନ୍ତି ଯେ, ଔଷଧର କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲର ଫଳାଫଳ ମଧ୍ୟ ଆସିବାକୁ ବାକି ରହିଛି । ଆଚାର୍ଯ୍ୟ ବାଳକୃଷ୍ଣ ଦାବୀ କରିଛନ୍ତି ଯେ, ଔଷଧ ଗ୍ରହଣ କରିଥିବା ୮୦ ପ୍ରତିଶତ ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।
ପତଞ୍ଜଳୀ ପକ୍ଷରୁ କୁହାଯାଇଛି ଯେ, କରୋନା ଦେଶକୁ ଗ୍ରାସ କରୁଥିବା ସମୟରେ ଏହି ଔଷଧର ଆବିଷ୍କାର କରାଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ପ୍ରଥମଥର ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ ପାର କରିଛି ।
Comments are closed.