ଦେଶରେ ୭୦ ହଜାରରୁ ଉର୍ଦ୍ଧ୍ୱକୁ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସୁଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାରରୁ ଉର୍ଦ୍ଧ୍ୱକୁ ଛୁଇଁଥିବାବେଳେ ଏମାନଙ୍କ ମଧ୍ୟରୁ ୨୨୯୩ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିସାରିଲାଣି । ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ହଜାରରୁ ଉର୍ଦ୍ଧ୍ୱକୁ ଛୁଇଁଥିବାବେଳେ ଅନ୍ୟପଟେ ଭାଇରସର ସଂକ୍ରମଣ କାରଣରୁ ୭୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ସାରା ବିଶ୍ୱରେ ମୋଟ ୪୨,୨୭,୩୧୫ ଜଣ ସଂକ୍ରମିତ ହୋଇ ସାରିଥିବାବେଳେ ଏହି ମଧ୍ୟରେ ୨, ୮୫,୨୬୩ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିସାରିଛି । ସାରା ବିଶ୍ୱରେ ବର୍ତ୍ତମାନ ସୁଧା ୧୫ ଲକ୍ଷରୁ ଉର୍ଦ୍ଧ୍ୱ ସୁସ୍ଥ ହୋଇ ସାରିଛନ୍ତି ।
କରୋନା ସଂକ୍ରମିତ ଦେଶଙ୍କ ତାଲିକାରେ ଆମେରିକା ଶୀର୍ଷକ ସ୍ଥାନରେ ରହିଥିବାବେଳେ ଏହି କ୍ରମରେ ଦ୍ୱିତୀୟ ସ୍ଥାନରେ ସ୍ପେନ, ତୃତୀୟ ସ୍ଥାନରେ ବ୍ରିଟେନ, ଚତୁର୍ଥ ସ୍ଥାନରେ ରୁଷିଆ ଏବଂ ପଞ୍ଚମ ସ୍ଥାନରେ ଇଟାଲୀ ରହିଛି ।
ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୮୫୮୩୪ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୮୧,୭୯୫ ଜଣଙ୍କ ମୃତ୍ୟୁ ହେବା ସହ ୨୬୨,୨୨୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ସେହିଭଳି ସ୍ପେନରେ ୨୬୮,୧୪୩ ସଂକ୍ରମିତଙ୍କ ମଧ୍ୟରୁ ୨୬,୭୪୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୭, ୮୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ବ୍ରିଟେନରେ ମୋଟ ୨୨୩,୦୬୦ ସଂକ୍ରମିତଙ୍କ ମଧ୍ୟରୁ ୩୨,୦୬୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବର୍ତ୍ତମାନ ୧୯୦, ୬୫୧ଟି ଆକ୍ଟିଭ କେସ ରହିଛି ।
Comments are closed.