ଗଡକାରୀଙ୍କ ବିସ୍ଫୋରକ ବୟାନ, କରୋନା ଭାଇରସ ପ୍ରାକୃତିକ ନୁହେଁ ବରଂ ମନୁଷ୍ୟକୃତ

Share It

ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସାରା ବିଶ୍ୱରେ ନିଜର ତାଣ୍ଡବ ଲୀଳା ରଚୁଛି । ଆମେରିକା ବାରମ୍ବାର ଦାବୀ କରୁଛି ଯେ, ଏହି ଭାଇରସ ପ୍ରାକୃତିକ ନୁହେଁ ବରଂ ଉହାନ ଲ୍ୟାବରୁ ଆସିଛି । ଆମେରିକା ପରେ ବର୍ତ୍ତମାନ ମୋଦି ସରକାରୀଙ୍କ ମନ୍ତ୍ରୀ ମଧ୍ୟ ଦାବୀ କରିଛନ୍ତି ଯେ, ଏହି ଭାଇରସ ଲ୍ୟାବରୁ ଆସିଛି । କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକାରୀ କହିଛନ୍ତି ଯେ, “କରୋନା ଭାଇରସ ପ୍ରାକୃତିକ ନୁହେଁ ବରଂ ଏହା ଲ୍ୟାବରୁ ପ୍ରସ୍ତୁତ ହୋଇଛି । ସେଥିପାଇଁ ଆମକୁ କରୋନା ସହ ବଞ୍ଚିବାକୁ ପଡିବ । ” ଏକ ଗଣମାଧ୍ୟମ ଚ୍ୟାନେଲ ସହ କଥାବାର୍ତ୍ତା ଦ୍ୱାରା ମନ୍ତ୍ରୀ ଜଣକ ଏହା କହିଥିଲେ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “ଯେଉଁ ପର୍ଯ୍ୟନ୍ତ ମୋତେ ଜଣା ଅଛି ଯଦି ଏହି ଭାଇରସ ପ୍ରାକୃତିକ ହୋଇଥାନ୍ତା ତେବେ ବୈଜ୍ଞାନିକଙ୍କୁ ଏ ସଂପର୍କରେ ଜଣାଥାନ୍ତା । ଏହା ଲ୍ୟାବରୁ ପ୍ରସ୍ତୁତ ହୋଇଛି । ” ପ୍ରକାଶ ଥାଉକି, ଆମେରିକାର ପୂର୍ବରୁ ଏହି ଭାଇରସ ଲ୍ୟାବରୁ ପ୍ରସ୍ତୁତ ହୋଇଛି ବୋଲି ଦାବୀ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଚୀନକୁ ଦାୟୀ ମଧ୍ୟ କରିଛନ୍ତି ।
ଗଡକାରୀ କହିଛନ୍ତି ଯେ, “ଆମକୁ କରୋନା ସହ ବଞ୍ଚିବାର କଳା ଶିଖିବାକୁ ପଡିବ । ଏହା ପ୍ରାକୃତିକ ଭାଇରସ ନୁହେଁ । ଏହା ମନୁଷ୍ୟକୃତ ଭାଇରସ ଅଟେ ଏବଂ ସାରା ବିଶ୍ୱ ଏହାର ଭ୍ୟାକସିନ ପ୍ରସ୍ତୁତ ପାଇଁ ଲାଗି ପଡିଛନ୍ତି । ବର୍ତ୍ତମାନ ସୁଧା ଭ୍ୟାକସିନ ପ୍ରସ୍ତୁତ ହୋଇ ନାହିଁ । କିନ୍ତୁ ଆଶା ଅଛି ଖୁବ ଶୀଘ୍ର ଏହା ଭ୍ୟାକସିନ ଆସିଯିବ ଏବଂ ଏହା ପରେ ଏହି ସମସ୍ୟାର ସମାଧାନ ହେବ ।”
ପ୍ରକାଶ ଥାଉକି ଗଡକାରୀଙ୍କ ଏହି ବୟାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଆମେରିକା ଆରମ୍ଭ ଏହି କଥାକୁ ଦାବୀ କରି ଆସୁଥିଲା ଯେ, ସାରା ବିଶ୍ୱକୁ କରୋନା ଭାଇରସରେ ଜର୍ଜରିତ କରିବା ଚୀନର ଏକ ଷଡଯନ୍ତ୍ର ଅଟେ । କରୋନା ଭାଇରସ ଉତ୍ପତିସ୍ଥଳ ହେଉଛି ଚୀନର ଉହାନ ଲ୍ୟାବ ।


Share It

Comments are closed.