ବର୍ତ୍ତମାନ ସୁଧା ମଧ୍ୟ ନିୟନ୍ତ୍ରଣରେ ଆସିଲା ନାହିଁ କରୋନା, ୨୪ ଘଣ୍ଟାରେ ୬୫୩୫ ନୂଆ ମାମଲା

Share It

ଦେଶରେ କରୋନା ଭାଇରସ ସ୍ଥିତି ଖୁବ ଭୟଙ୍କର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୫୩୫ ନୂଆ ମାମଲା ସାମନାକୁ ଆସିଥିବାବେଳେ ଏଥିରେ ୧୪୬ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ, ଦେଶରେ ବର୍ତ୍ତମାନ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହା ୧,୪୫,୩୮୦ରେ ଆସି ପହଞ୍ଚିଛି । ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୪୧୬୭ ଜଣଙ୍କ ମୃତ୍ୟୁ ଘଟିସାରିଲାଣି । କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହା ୧,୪୫୩୮୦ରେ ଆସି ପହଞ୍ଚିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦, ୭୨୨ଟି ଆକ୍ଟିଭ କେସ ରହିଛି । ସେପଟେ ୬୦, ୪୯୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । କରୋନା ଭାଇରସରେ ସର୍ବାଧିକ ୧୬୯୫ ଜଣଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୫୨୬୬୭ରେ ଆସି ପହଞ୍ଚିଛି ।


Share It

Comments are closed.