ରାଜ୍ୟରେ ପୁଣି ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ

Share It

ରାଜ୍ୟରୁ ଆଜି ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି। ଶନିବାର ଚିହ୍ନଟ ୫୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୮୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ଚିହ୍ନଟ ହୋଇଥିବା ୫୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୨୧୮ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୪୪, କଟକରୁ ୪୬,ନୟାଗଡରୁ ୩୭, ଖୋର୍ଦ୍ଧାରୁ ୩୭, ଝାରସୁଗୁଡାରୁ ୩୧,ଗଜପତିରୁ ୨୫, ଯାଜପୁର ୪୦,ପୁରୀ ୧୫, ଜଗତସିଂପୁର ୧୬, ଅନୁଗୁଳ ୧୧, ବାଲେଶ୍ବର ୩, ଭଦ୍ରକ ୩, ବୋଦ୍ଧ ୩, କେନ୍ଦ୍ରାପଡା ୬, କେନ୍ଦୁଝର ୧୪, କୋରାପୁଟ ୧୧, ମୟୂରଭଞ୍ଜ ୧୦ ଓ  ସମ୍ବଲପୁର ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୨୭ ହଜାର ୨୮୮ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧୨ ହଜାର ୫୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ହଜାର ୯୭୨ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ବର୍ତ୍ତମାନ ୪ ହଜାର ୪୭୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Share It

Comments are closed.