କରୋନା ସଂକ୍ରମିତଙ୍କ ମାମଲାରେ ଚୀନକୁ ଟପିଲା ଭାରତ

Share It

ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୮୫ ହଜାରରେ ଆସି ପହଞ୍ଚିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟ, ବର୍ତ୍ତମାନ ଦେଶରେ ସଂକ୍ରମିତଙ୍କ ୮୫, ୯୪୦ରେ ଆସି ପହଞ୍ଚିଛି । ସେପଟେ ଏହି ମହାମାରୀ କରୋନା ଭାଇରସ ଯୋଗୁଁ ଦେଶରେ ୨୭୫୨ ଜଣଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି । ଦେଶର ରାଜଧାନୀ ଦଲ୍ଲୀରେ ବର୍ତ୍ତମାନ ମାମଲା ୯ ହଜାର ପାଖାପାଖି ଆସି ପହଞ୍ଚିଲାଣି । ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ ମାମଲା ୮୮୯୫ରେ ଆସି ପହଞ୍ଚିଥିବାବେଳେ ଏଥିରେ ୧୨୩ ଜଣଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି ।
ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମିତଙ୍କ ମାମଲା ୪୫ ଲକ୍ଷ ପାର କରି ସାରିଥିବାବେଳେ ଏଥିରେ ୩ ଲକ୍ଷରୁ ଉର୍ଦ୍ଧ୍ୱଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ଆମେରିକା ହୋଇଥିବାବେଳେ ଏହି ଭାଇରସ ଯୋଗୁଁ ସେଠାରେ ୮୭,୬୬୨ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.