ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୫ ହଜାର ଉର୍ଦ୍ଧ୍ୱକୁ ଟପିଲା, ମହାରାଷ୍ଟ୍ରରେ କେବଳ ୯୦ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ

Share It

ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯,୯୮୫ ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୬୫,୮୩ରେ ଆସି ପହଞ୍ଚିଛି । ମୃତକଙ୍କ ସଂଖ୍ୟା ୭୭୪୫ରେ ଆସି ପହଞ୍ଚି ଯାଇଛି । କେବଳ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୯୦,୦୦୦ରୁ ଉର୍ଦ୍ଧ୍ୱକୁ ଟପିଯାଇଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତାଜା ସୂଚନା ମୁତାବକ, ଦେଶରେ ବର୍ତ୍ତମନ ୧୩୩୬୩୨ ସକ୍ରିୟ ମାମଲା ରହିଛି ।

ଏହା ଛଡା ୧୩୫୨୦୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏହା ପୂର୍ବରୁ ମଙ୍ଗଳବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ କରୋନା ସଂକ୍ରମିତଙ୍କ ୨,୬୬୫୯୮ରେ ଆସି ପହଞ୍ଚିଥିବାବେଳେ ଏଥିରେ ୭୪୬୬ ଜଣଙ୍କ ପ୍ରାଣହାନୀ ଘଟିଛି ।
ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ରହିଥିବାବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦,୭୮୭ରେ ଆସି ପହଞ୍ଚିଯାଇଛି । ଏଥି ମଧ୍ୟରୁ ମହାରାଷ୍ଟ୍ରରେ ୪୪୮୬୦ ସକ୍ରିୟ ମାମଲା ରହିଛି ଏବଂ ୪୨୬୩୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ମହାରାଷ୍ଟ୍ରରେ ୩୨୮୯ ଜଣଙ୍କ ପ୍ରାଣହାନୀ ଘଟିଛି । ସେହିଭଳି ତାମିଲନାଡୁରେ ୩୪୯୧୪ କରୋନା ସଂକ୍ରମିତ ରହିଛନ୍ତି, ଏମାନଙ୍କ ମଧ୍ୟରୁ ୧୬୨୮୨ ସକ୍ରିୟ ମାମଲା ରହିଛି ଏବଂ ୧୮୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଠାରେ ୩୦୭ ଜଣଙ୍କ ପ୍ରାଣହାନୀ ଘଟିଛି ।


Share It

Comments are closed.