ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଥିବାବେଳେ ମୃତ୍ୟୁ ବେଳକୁ ତାଙ୍କର ୮୫ ବର୍ଷ ହୋଇଥିଲା । ଉକ୍ତ ବ୍ୟକ୍ତି ଜଣକ ସୁରତ ଫେରାନ୍ତ ହୋଇଥିବାବେଳେ ତାଙ୍କର ଉଚ୍ଚ ରକ୍ତଚାପ ଏବଂ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୭ରେ ଆସି ପହଞ୍ଚିଛି । ଏହା ସହ ରାଜ୍ୟରେ ଲଗାତାର ତିନି ଦିନ ଧରି କରୋନାରେ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ।
ପ୍ରକାଶ ଥାଉକି, ଗତକାଲି ଖୋର୍ଦ୍ଧା ଜିଲ୍ଲାରେ ଜଣେ ୭୦ ବର୍ଷିୟ ବୃଦ୍ଧାଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ । ସେହିଭଳି ରାଜ୍ୟରେ ଆଜି ପୁଣି ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୭୫୩ ଆକ୍ଟିଭ କେସ ରହିଛି ।
Comments are closed.