ଗତ ୨୪ ଘଣ୍ଟାରେ ଦେଶରେ ୪୯୭୦ଟି ନୂଆ ମାମଲା, ୧୩୪ ମୃତ
ଭାରତରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ମାମଲାରେ ଖୁବ ଦ୍ରୁତ ଗତିରେ ବୃଦ୍ଧି ପରିଲକ୍ଷିତ ହେଉଛି । ଏହା ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାରି କରି ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୭୦ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହା ଯୋଗୁଁ ୧୩୪ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମଙ୍ଗଳବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ସାରା ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ସଂଖ୍ୟା ୧୦୧୧୩୯ରେ ଆସି ପହଞ୍ଚିଲାଣି ।
ସେହିଭଳି ଏହି ଭାଇରସର ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସୁଧା ୩୧୬୩ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିସାରିଛି । ତେବେ ଦେଶରେ ମୋଟ ୧୦୧୧୩୯ଟି ମାମଲା ମଧ୍ୟରୁ ୫୮୮୦୨ଟି ଆକ୍ଟିଭ ମାମଲା ରହିଥିବାବେଳେ ଅନ୍ୟପଟେ ୩୯,୧୭୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । କରୋନା ଭାଇରସରେ ସର୍ବାଧିକ ୧୨୪୯ ଜଣଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏଠାରେ ସଂକ୍ରମିତ ସଂଖ୍ୟା ୩୫୦୫୮ରେ ଆସି ପହଞ୍ଚିଛି ।
ସେହିଭଳି ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୨ ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯୭୮ରେ ଆସି ପହଞ୍ଚିଲାଣି । ଏହି ସଂକ୍ରମିତଙ୍କ ମଧ୍ୟରୁ ୬୯୬ଟି ଆକ୍ଟିଭ କେସ ରହିଥିବାବେଳେ ବର୍ତ୍ତମାନ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏହି ଭାଇରସ ଯୋଗୁଁ ପୂର୍ବରୁ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ୫ରେ ଆସି ପହଞ୍ଚିଛି । ମିଳିଥିବା ସୂଚନା ମୁତାବକ କଟକ ଜିଲ୍ଲାର ହୋଇଥିବାବେଳେ ତାଙ୍କର ବୟସ ୭୫ ବୋଲି ଜଣାପଡିଛି ।
Comments are closed.