କରୋନାକୁ ମାତ ଦେବା ପାଇଁ ଘୋଡାର ଆଣ୍ଟିବଡିରୁ ପ୍ରସ୍ତୁତ ହେଉଛି ଔଷଧ, ୯୦ ଘଣ୍ଟା ଭିତରେ ଆରଟି-ପିସିଆର ନେଗେଟିଭ !
ମହାରାଷ୍ଟ୍ରର କୋହ୍ଲାପୁର ସ୍ଥିତ ଚାରି ବର୍ଷ ପୁରୁଣା ଏକ ବାୟୋସାଇନ୍ସ କମ୍ପାନୀ କରୋନା ସଂକ୍ରମଣ ଚିକିତ୍ସା ପାଇଁ ଦରକାରୀ ଔଷଧର ଟେଷ୍ଟିଂ କରୁଛି। ଯଦି ଏହି ଔଷଧର ଗୁଣବତ୍ତା ଠିକ୍ ରୁହେ, ତେବେ କୋଭିଡ୍ର ହାଲକା ଓ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଏହା ଭାରତର ପ୍ରଥମ ସ୍ୱଦେଶରେ ବିକଶିତ ହୋଇଥିବା ଔଷଧ ହେବ। ଏହାର ବ୍ୟବହାର କରୋନା ସଂକ୍ରମଣ ରୋକିବା ପାଇଁ କରାଯାଇଛି।
ଦ୍ୱିତୀୟ ପରୀକ୍ଷଣରେ ଔଷଧକୁ ନେଇ ଆଶା ସୃଷ୍ଟି ହୋଇଛି। ଏହି ଔଷଧର ବ୍ୟବହାର କରିବା ପରେ ୭୨ ରୁ ୯୦ ଘଣ୍ଟା ଭିତରେ କରୋନା ରୋଗୀଙ୍କ ଆରଟି-ପିସିଆର ଟେଷ୍ଟ ନେଭେଟିଭ ଆସିଛି। କମ୍ପାନୀ ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ଔଷଧର ଏବେ ହ୍ୟୁମାନ୍ ଟ୍ରାଏଲର ପ୍ରଥମ ପର୍ଯ୍ୟାୟ ଚାଲିଛି ଓ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଶେଷ ହେବାର ଆଶା ରହିଛି।
ଆଇସେରା ବାୟୋଲୋଜିକାଲ୍ (iSera Biological) କେବଳ ଚାରି ବର୍ଷ ପୁରୁଣା କମ୍ପାନୀ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଆଣ୍ଟିସେରମ୍ ଉତ୍ପାଦନ ଉତ୍ପାଦନ କରୁଛି। ସାପ କାମୁଡ଼ିବା, କୁକୁର କାମୁଡ଼ିବା ଏବଂ ଡିଫଥେରିଆର ଚିକିତ୍ସାରେ ପ୍ରଭାବଶାଳୀ ଔଷଧ ଭଳି କାମକରେ। ଯଦିଓ କମ୍ପାନୀକୁ ଏହି କାମ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଖରୁ ସାହାଯ୍ୟ ମିଳୁଛି। ଏହାଭିତରେ କମ୍ପାନୀ COVID-19 ଆଣ୍ଟିବଡିଗୁଡିକର ଏକ ପ୍ରଭାବଶାଳୀ କକଟେଲ ବିକଶିତ କରିଛି ଏବଂ ଏହାର ବ୍ୟବହାର କୋଭିଡର ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀମାନଙ୍କଠାରେ ସଂକ୍ରମଣର ବିସ୍ତାରକୁ ରୋକିହେବ ଓ ଶରୀରରେ ଥିବା ଭାଇରସ୍କୁ ମଧ୍ୟ ଦୂର କରିହେବ।
Comments are closed.