ଦେଶରେ କରୋନାରେ ଆଖି ବୁଜିଲେଣି ୪୫୩୧ ଜଣ ଆକ୍ରାନ୍ତ
କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦୁନିଆର ଅଧିକାଂଶ ଦେଶରେ ଲକ୍ଡାଉନ ଜାରି କରାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଭିନ୍ନ-ଭିନ୍ନ ପ୍ରକାରର ପ୍ରତିବନ୍ଧକ ମଧ୍ୟ ଲାଗୁ କରାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସର ପ୍ରକୋପ ଥମିବାର ନାମ ନେଉ ନାହିଁ । ଭାରତରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ଏବଂ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୧ ହଜାର ଉର୍ଦ୍ଧ୍ୱକୁ ଟପିଗଲାଣି ।
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୫୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରୁ ୬୭୬୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । କରୋନା ଭାଇରସରେ ସର୍ବାଧିକ ୧୮୯୭ ଜଣଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏଠାରେ ସଂକ୍ରମିତଙ୍କ ୪୬୯୪୮ରେ ଆସି ପହଞ୍ଚିଛି । ସେହିଭଳି ଓଡିଶାରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ୮୧୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ତେବେ ଓଡିଶାରେ ୭୭୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ୧୫୯୩ରେ ଆସି ପହିଛି ।
Comments are closed.