ନିଜ ଋପ ବଦଳାଇ ଆହୁରୀ ଭୟଙ୍କର ହେବାକୁ ଯାଉଛି କରୋନା

Share It

 

ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ୍ ଏବେ  ସାରା ବିଶ୍ୱରେ ଭୟଙ୍କର ରୂପ ନେଇଛି। ଡିସେମ୍ବର ୨୦୧୯ରେ ଚୀନର ହୁବେଇର ବୁହାନରୁ ଏହାର ଉତ୍ପତ୍ତି ହୋଇଥିଲା। ସେବେଠାରୁ ନେଇ ଏପର୍ଯ୍ୟନ୍ତ ଭାଇରାସ୍ ସାରା ବିଶ୍ୱକୁ କବଳିତ କରିଛି। କେବଳ ସେତିକି ନୁହେଁ ଏହି ପ୍ରାଣଘାତୀ ଭାଇରସ୍ ନିଜକୁ ନିଜେ ପରିବର୍ତ୍ତନ କରି ୧୦ଟି ଅଲଗା-ଅଲଗା ଟାଇପରେ ପରିବର୍ତ୍ତନ କରିସାରିଛି। ଏହା ଭିତରୁ ଏହାର ଏକ ରୂପ ହେଲା A2a। ଏବେ ଏହି ଭାଇରସ ୧୧ ପ୍ରକାର ଅଟେ। ରିସର୍ଚ୍ଚରୁ ଜଣାପଡିଛି ଯେ,  A2a ଟାଇପ ଭାଇରସ୍ ଅଧିକ ବିପଦଜନକ ଓ ଏବେ ଏହା ସାରା ବିଶ୍ବରେ ସବୁଠାରୁ ଅଧିକ ସଂକ୍ରମଣ ସୃଷ୍ଟି କରୁଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଡିକାଲ ଜିନୋମିକ୍ସ, କଲାଣୀ ବଙ୍ଗଳା (NIBG)ର  ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, A2a ଭାଇରସ୍ ବାକି ଅନ୍ୟ ଟାଇପର ଭାଇରସ୍ ସ୍ଥାନରେ ସାରା ବିଶ୍ବରେ ବ୍ୟାପିଯାଇଛି। ନିଧାନ ବିଶ୍ବାସ ଓ ପ୍ରଥା ମଜୁମଦାରଙ୍କ ଏହି ରିସର୍ଚ୍ଚ ଇଣ୍ଡିଆନ ଜର୍ନାଲ ଅଫ୍ ମେଡିକାଲ ରିସର୍ଚ୍ଚରେ ଖୁବ୍ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି।

ରିସର୍ଚ୍ଚରୁ ଜଣାପଡିଛି ଯେ, A2a ଭାଇରସ୍ ଖୁବ୍ ବିପଦଜନକ ଓ ଏହା ମଣିଷର ଫୁସଫୁସରେ ବଡ ପରିମାଣରେ ପଶିବାର କ୍ଷମତା ରଖିଥାଏ। ଗତ SARSCoV  ଭାଇରସ୍, ଯାହାକି ୧୦ ବର୍ଷ ପୂର୍ବେ ୮୦୦ ଲୋକଙ୍କର ଜୀବନ ନେଇଥିଲା ଓ ୮ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ, ଏହାଦ୍ବାରା ମଣିଷର ଫୁସଫୁସରେ ପଶିବାର କ୍ଷମତା ବିକଶିତ କରିନେଇଥିଲା। ତେବେ ଏହାର କ୍ଷମତା A2a ଭାଇରସ୍ ଭଳି ନଥିଲା। ରିସର୍ଚ୍ଚ ଅନୁସାରେ, A2a ଭାଇରସ୍ ଦ୍ରୁତ ଗତିରେ ଟ୍ରାନ୍ସମିସନ୍ ହୋଇଥାଏ ଓ କୋଭିଡ୍-୧୯ ସମ୍ପୂର୍ଣ୍ଣ କ୍ଷେତ୍ରରେ ବ୍ୟାପିଥାଏ।

ବିଶ୍ବାସ ଓ ମଜୁମଦାରଙ୍କ ରିସର୍ଚ୍ଚରେ କୁହାଯାଇଛି ଯେ, କରୋନା ପାଇଁ ଭ୍ୟାକସିନ୍ ତିଆରି କରୁଥିବା ବୈଜ୍ଞାନିକଙ୍କୁ ଖୁବ୍ ସାହାର୍ଯ୍ୟ ମିଳିବ। ରିସର୍ଚ୍ଚ ଅନୁସାରେ, ଗତ ୪ ମାସରେ କୋଭିଡ୍-୧୯ ଭାଇରସ ୧୦ ପ୍ରକାର ନିଜର ପୂରୁଣା ‘o’ ଟାଇପର ଥିଲା। ମାର୍ଚ୍ଚର ଶେଷ ସପ୍ତାହରୁ ପୁରୁଣା A2a ଭାଇରସ୍ ସ୍ଥାନ ନେବା ଆରମ୍ଭ କରିଥିଲା ଓ ସାରା ବିଶ୍ବରେ ଏହା ବ୍ୟାପିସାରିଛି।

NIBG ର ବିଶେଷଜ୍ଞ RNA ସିକ୍ବେନ୍ସ ଡାଟାର ଉପଯୋଗ କରିଥିଲା। ଏହି ଡାଟାକୁ କୋଭିଡ୍-୧୯ ଉପରେ ରିସର୍ଚ୍ଚ କରୁଥିବା ସମ୍ପୂର୍ଣ୍ଣ ବିଶ୍ବର ରିସର୍ଚ୍ଚର ଜାରି କରିଥିଲେ। ଭାରତୀୟ ରିସର୍ଚ୍ଚର RNA ସିକ୍ବେନ୍ସ ଡାଟାର ବ୍ୟବହାର କରିଥିଲେ। ୫୫ ଦେଶରୁ ଡିସେମ୍ବର ୨୦୧୯ରୁ ୬ ଅପ୍ରେଲ ପର୍ଯ୍ୟନ୍ତ ସଂକଳିତ ୩,୬୦୦ କରୋନା ଭାଇରସ୍ ଉପରେ RNA ସିକ୍ବେନ୍ସର ପ୍ରୟୋଗ କରିଥିଲେ।  NIBG ର ଫାଉଣ୍ଡିଂ ଡାଇରେକ୍ଟର ଓ ପ୍ରଫେସର ମଜୁମଦାର କହିଛନ୍ତି, କରୋନା ଭାଇରସକୁ ବିଭିନ୍ନ ପ୍ରକାର ଭାବରେ ବଣ୍ଟା ଯାଇପାରେ। ଏହା O, A2, A2a, A3, B, B1  ଓ ଅନ୍ୟ ଟାଇପରେ ବଣ୍ଟାଯାଇପାରେ। ଏବେ ଏହି ଭାଇରସର ୧୧ ଟାଇପ ରହିଛି। ଏଥିରେ ‘o’ ଟାଇପ ମଧ୍ୟ ରହିଛି, ଯାହାକି ଏହାର ପୁରୁଣା ପ୍ରକାର ଓ ଏହା ବୁହାନରେ ସୃଷ୍ଟି ହୋଇଥିଲା। ସେ କହିଛନ୍ତି ଏଭଳି ପ୍ରକାରରୁ ରୂପ ବଦଳାଉଥିବା ଭାଇରସ୍ ଟ୍ରାନ୍ସମିଶନ୍ ବିପଦକୁ ବଢାଇଥାଏ।


Share It

Comments are closed.