ଓଡିଶାରେ ତାଣ୍ଡବ ଲୀଳା ରଚୁଛି କରୋନା, ଗୋଟିଏ ଦିନରେ ୧୦୧ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଜି ନୂଆ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୩୮ରେ ପହଂଚିଛି । ତେବେ ଗଞ୍ଜାମରେ ଆଜି ୫୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୧୦ରେ ପହଂଚିଛି । ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ୪୧୯ଟି ସକ୍ରିୟ ମାମଲା ଥିବାବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩ ଜଣଙ୍କର ମୃତ୍ୟୁ ଘଟିଛି ।
ଆଜି ନୂଆ ବଢିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୫୨ ଜଣ ବଢ଼ିଥିବାବେଳେ ବାଲେଶ୍ୱର ୩୩ ଜଣ ବଢିଛନ୍ତି । ବାଲେଶ୍ୱରରେ ଏହି ନୂଆ ପଜିଟିଭଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଂଚିଛି । ସେହିପରି ସୁନ୍ଦରଗଡ଼ରେ ୭ ଜଣ ନୂଆ ପଜିଟିଭଙ୍କ ସଂଖ୍ୟା ବଢିଛି । ଆଉ ସୁନ୍ଦରଗଡରେ ପଜିଟିଭଙ୍କ ସଂଖ୍ୟା ୨୩ରେ ପହଂଚିଛି । ସେହିପରି କେନ୍ଦୁଝରରେ ୨ ଜଣ ନୂଆ କରୋନା ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି । ଯାଜପୁରରେ ମଧ୍ୟ ନୂଆ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ୭୧ରେ ପହଂଚିଛି । ସେହିପରି କେନ୍ଦୁଝରରେ ୨ ଜଣ ନୂଆ କରୋନା ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି ା ଯାଜପୁରରେ ମଧ୍ୟ ନୂଆ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ା ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ୭୧ରେ ପହଂଚିଛି ।
Comments are closed.