ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

Share It

କଟକ,୨୭/୦୨:ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି। ପ୍ରଦୀପ ବଳ ସାମନ୍ତଙ୍କ ନିର୍ବାଚନ ବିରୋଧରେ ପରାଜିତ ବିଜେଡି ପ୍ରାର୍ଥୀ ପ୍ରିତିରଞ୍ଜନ ଘଡେ଼ଇ ହାଇକୋର୍ଟରେ ଦାୟର କରିଥିବା ନିର୍ବାଚନୀ ମାମଲା ଖାରଜ। ପ୍ରିତିରଞ୍ଜନଙ୍କ ନିର୍ବାଚନୀ ମକଦ୍ଦମା ଖାରଜ କଲେ ହାଇକୋର୍ଟ। ପ୍ରଦୀପ ବଳ ସାମନ୍ତଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କରିଥିଲେ ପ୍ରିତିରଞ୍ଜନ। ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ବଳ ସାମନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପ୍ରଫୁଲ୍ଲ ସାମଲ ମାମଲା ପରିଚାଳନା କରୁଥିଲେ। ୨୦୨୪ ନିର୍ବାଚନ ପରେ ଦାୟର ହୋଇଥିଲା ଏହି ମାମଲା।


Share It

Comments are closed.