ପ୍ରବାସୀ ଶ୍ରମିକଙ୍କୁ ନେଇ ଡକ୍ୟୁମେଣ୍ଟ୍ରି ଜାରି କଲେ ରାହୁଲ “ଆମକୁ ଗାଁରେ ପହଞ୍ଚାଇ ଦିଅନ୍ତୁ”

Share It

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ଡକ୍ୟୁମେଣ୍ଟ୍ରି ପସ୍ତୁତ କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ, ରାହୁଲ ପ୍ରବାସୀ ଶ୍ରମିକଙ୍କୁ ପଚାରୁଛନ୍ତି କି ତାଙ୍କ ପାଖରେ ଟଙ୍କା ଅଛି କିମ୍ବା ନାହିଁ ? ତାଙ୍କୁ କେଉଁ ଭଳି ଜଣାପଡିଲା ଲକ୍‌ଡାଉନ ଜାରି ହୋଇଛି ବୋଲି ? ରାହୁଲ ଯେଉଁ ସମସ୍ତ ଶ୍ରମିକଙ୍କ ସହ କଥା ହେଉଥିଲେ ସେମାନେ ସମସ୍ତ ୟୁପିର ଝାନ୍ସୀର ଅଟନ୍ତି ଏବଂ ସେମାନେ ହରିୟାଣର ଏକ କମ୍ପାନୀରେ କାମ କରୁଥିଲେ । କଥାବାର୍ତ୍ତ ସମୟରେ ସେମାନେ କହିଲେ ଯେ, ତାଙ୍କୁ ଗୋଟିଏ ଟଙ୍କାର ସହାୟତା ମିଳି ନାହିଁ ।

ପ୍ରବାସୀ କହିଥିଲେ ଯେ, ଘରୁ ବାହାରିବା ତାଙ୍କ ପାଇଁ ମହାପାପ ହୋଇଯାଇଛି । ସେମାନେ ବାହାରିଲେ ପୋଲିସ ସମେତ ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ମାଡ ମାରନ୍ତି । ପୋଲିସ କର୍ମୀ ଦୁଇଥର ଆସୁଥିଲେ । ଜଣେ ମହିଳା ଭାବୁକ ହୋଇ ରାହୁଲଙ୍କୁ କହିଲେ, ଦାୟା କରି ଆମକୁ ଆମର ଗାଁରେ ପହଞ୍ଚାଇଦିଅ । ଆମକୁ ପୁନଃ ହରିୟାଣାରେ ପହଞ୍ଚାଇବେ ନାହିଁ । ଆମ ଗାଁ ଯିବାର ଅଛି । ଶ୍ରମିକ କହିଲେ ଯେ, ହରିୟାଣାର ଯେଉଁଠାରେ ସେମାନେ ରହୁଥିଲେ ସେଠାରେ ୫ ହଜାର ଟଙ୍କାର ସାମାଗ୍ରୀ ଛାଡିଦେଇଛନ୍ତି, ଯାହାକି ପୁଣିଥରେ ଆଉ ମିଳିବ ନାହିଁ ।
ଋାହୁଲ କହିଛନ୍ତି ଯେ, ଲକଡାଉନ ଲାଗୁ ହେବାକୁ ବର୍ତ୍ତମାନ ୨ ମାସରୁ ଅଧିକ ସମୟ ବିତିଗଲାଣି । ଭାରତର ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ, ମହିଳା ଏବଂ ଶିଶୁ ଫଟୋ ଏବଂ ଭିଡିଓ ଦ୍ୱାରା ଲଜ୍ଜିତ ହୋଇ ସାରିଛନ୍ତି, ÷ଯେଉଁମାନେ କି ସୁରକ୍ଷିତ ଭାବେ ଘରକୁ ଫେରିବାକୁ ଚାହୁଁଛନ୍ତି । ରାଜରାସ୍ତାରେ ଅନେକ କିମି ପର୍ଯ୍ୟନ୍ତ ପାଦରେ ଚାଲି, ଟ୍ରକରେ କିମ୍ବା ଅନେକ ଯାନବାହନ ମାଧ୍ୟମରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଏହି ଫଟୋ ଏବଂ ଭିଡିଓ ସମସ୍ତ ଭାରତୀୟଙ୍କୁ ଲଜ୍ଜିତ କରିଛି ।
ରାହୁଲ କହିଛନ୍ତି ଯେ, ଯଦି ସରକାର ସାହାଯ୍ୟ କରିପାରନ୍ତି ତେବେ ତାଙ୍କୁ କରିବା କଥା । ଭିଡିଓରେ ସେ ଦାବୀ କରିଛନ୍ତି ଯେ, ଶ୍ରମିକଙ୍କ ସହ ନ୍ୟାୟ ହେବା ଦରକାର । ସରକାର ତୁରନ୍ତ ତାଙ୍କ ଖାତାରେ ଟଙ୍କା ହସ୍ତାନ୍ତର କରିବାର ଆବଶ୍ୟକତା ରହିଛି । ୧୩ କୋଟି ପରିବାରଙ୍କୁ ୭,୫୦୦ ଟଙ୍କା ଦେବା କଥା ।


Share It

Comments are closed.