ରାସ୍ତା କଡରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବୁଝିଲେ ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଦିନ ଦିଲ୍ଲୀ ସୁଖଦେବ ବିହାର ଫ୍ଲାଏ ଓଭର ବ୍ରିଜ ଦେଇ ଗସ୍ତ କରୁଥିବା ସମୟରେ ସେହି ପ୍ରବାସୀ ଶ୍ରମିକମାନଙ୍କ ସହ କଥା ହୋଇଥିଲେ, ଯେଉମାନେ ଏହି ଲକ୍ଡାଉନ ଭଳି ଘଡିସନ୍ଧି ମୂହୂର୍ତ୍ତରେ ନିଜ ରୋଜଗାର ହରାଇ ନିଜ ନିଜ ପ୍ରଦେଶକୁ ଫେରୁଥିଲେ । ଏହି ସମୟରେ ରାହୁଲ, ଶ୍ରମିକ ମାନଙ୍କୁ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବାର କାରଣ ସଂପର୍କରେ ପଚାରି ବୁଝିବା ସହ ତାଙ୍କୁ ନଫେରିବା ପାଇଁ ଆପିଲ ମଧ୍ୟ କରିଥିଲେ ।
ଏହା ପରେ କଂଗ୍ରେସ ଦଳ ଦାବୀ କରିଥିଲା ଯେ, ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ପ୍ରବାସୀ ଶ୍ରମିକ ଆଲୋଚନା କରିବା ପରେ ପୋଲିସ ତୁରନ୍ତ ସେହି ପ୍ରବାସୀ ଶ୍ରମିକଙ୍କୁ ଗିରଫ କରିନେଇଥିଲା ।
ଫଟୋରେ ଦେଖିବାକୁ ମିଳିଛି ଯେ, କଂଗ୍ରେସ ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ଧଳା ରଙ୍ଗର ସଫା କୂର୍ତ୍ତା ଏବଂ କଳା ପ୍ୟାଣ୍ଟ ଓ ମୁହଁରେ ମାସ୍କ ପିନ୍ଧି କେତେକ ପ୍ରବାସୀ ଶ୍ରମିକମାନଙ୍କ ସହ ଆଲୋଚନା କରୁଛନ୍ତି । କଂଗ୍ରେସ ନେତା ରାସ୍ତାକଡରେ ବସି ଅନେକ ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା କରୁଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଛୋଟଛୋଟ ପିଲା ମଧ୍ୟ ଅଛନ୍ତି ।
Rahul Gandhi came and met us half an hour back. He booked the vehicle for us and said he will drop us to our homes. He gave us food, water and mask: Devendra, a migrant labourer https://t.co/qPyYQ3JswH pic.twitter.com/kX7OTDmuP4
— ANI (@ANI) May 16, 2020
ହରିୟାଣାରୁ ଝାନ୍ସି ଯାଉଥିବା ‘ମୋନୁ’ ନାମକ ଜଣେ ପ୍ରବାସୀ ଶ୍ରମିକ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମ ସହ ଆଲୋଚନା କରିଥିଲେ ଏବଂ ତାଙ୍କର ଦଳୀୟ କର୍ମକର୍ତ୍ତାଙ୍କୁ ଆମକୁ ଘରେ ପହଞ୍ଚାଇବା ପାଇଁ ଗାଡିର ବ୍ୟବସ୍ଥା କରିଥିଲେ ।
ସେହିଭଳି ଆଉ ଜଣେ ପ୍ରବାସୀ ଶ୍ରମିକ ଦେବେନ୍ଦ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ ଆସିଲେ ଏବଂ ଅଧ ଘଣ୍ଟା ଧରି ଆମ ସହ ଆଲୋଚନା କଲେ । ସେ ଆମ ପାଇଁ ଗାଡିର ବ୍ୟବସ୍ଥା କଲେ ଏବଂ ଘରେ ପଞ୍ଚାଇବା ପ୍ରତିଶ୍ରୃତି ଦେଲେ । ସେ ଆମକୁ ଖାଦ୍ୟ, ପାନୀୟ ଏବଂ ମାସ୍କ ମଧ୍ୟ ପ୍ରଦାନ କଲେ ।
ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଦୁରୀ କହିଛନ୍ତି ଯେ, ରାହୁଲ ଯେଉଁ ସବୁ ପ୍ରବାସୀଙ୍କ ସହ ଆଲୋଚନା କରିଥିଲେ ସେହି ସମସ୍ତଙ୍କୁ ପୋଲିସ ଗିରଫ କରି ନେଇଛି । ଏହି ସଂପର୍କରେ ଆମେ ପୋଲିସଙ୍କ ସହ କଥା ବାର୍ତ୍ତା ହୋଇଥିଲୁ ଏବଂ ସେ କହିଥିଲେ ଯେ ମାତ୍ର ୨ଜଣଙ୍କୁ ଏକା ସାଙ୍ଗେ ଯିବା ପାଇଁ ଅନୁମତି ଦିଆଯିବ । ଆମେ ବର୍ତ୍ତମାନ ଦୁଇ ଜଣଙ୍କୁ ଏକାସାଙ୍ଗେ ପଠାଉଛୁ ।
Comments are closed.