ଅଜବ ଗଜବ : ମନି ହେଇଷ୍ଟ ୱେବ ସିରିଜ ଦେଖିବା ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା ଏହି କମ୍ପାନୀ
ନେଟଫ୍ଲିକ୍ସର ସବୁଠାରୁ ଲୋକପ୍ରିୟ ତଥା ହିଟ୍ ସୋ ‘ମନି ହାଇଷ୍ଟ’ ସିଜନ୍-୫ ସହିତ OTT ପ୍ଲାଟଫର୍ମରେ ପୁଣି ଥରେ ରିଲିଜ୍ ହେବାକୁ ପ୍ରସ୍ତୁତ । ଏହାର ଜବରଦସ୍ତ କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ଦେଖାଯାଉଛି । ଏହା ଏହି ୱେବ୍ ସୋ’ର ଶେଷ ସିଜିନ୍ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ୱେବ୍ ସିରିଜର ଶେଷ ସିଜିନ୍ ସେପ୍ଟେମ୍ବର ୩ ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ। କିନ୍ତୁ, ଏସବୁ ମଧ୍ୟରେ ‘ମନି ହାଇଷ୍ଟ ସିଜନ୍ ୫’ ବିଷୟରେ ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜୟପୁର ସ୍ଥିତ ଏକ କମ୍ପାନୀ ଏହାର ସମସ୍ତ କର୍ମଚାରୀଙ୍କୁ ‘ମନି ହାଇଷ୍ଟ ‘ ଦେଖିବା ପାଇଁ ୧ ଦିନ ଛୁଟି ଦେଇଛି ।
ଏହି ସୋ’ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବିପୁଳ ଲୋକପ୍ରିୟତା ହାସଲ କରିଛି । ତେଣୁ ଜୟପୁର ସ୍ଥିତ ଏକ ଫାର୍ମ ଭର୍ଭ ଲଜିକ୍ ସେପ୍ଟେମ୍ବର ୩ ରେ ନିଜ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛି। ସେହି ଦିନ ସୋ’ର ଷ୍ଟ୍ରିମିଂ ହେବା ଖୁସିରେ କମ୍ପାନୀ ‘କର୍ମଚାରୀଙ୍କ ପାଇଁ’ ନେଟଫ୍ଲିକ୍ସ ଏବଂ ଚିଲ୍ ହଲିଡେ ‘ରୂପେ ଛୁଟି ଘୋଷଣା କରିଛି।
ସୋସିଆଲ ମିଡିଆରେ କମ୍ପାନୀର ସିଇଓ ଅଭିଷେକ ଜୈନ ଏକ ପୋଷ୍ଟ ସେୟାର କରି କମ୍ପାନୀର କର୍ମଚାରୀଙ୍କୁ ଛୁଟି ଦେବା ବିଷୟରେ କହିଛନ୍ତି। ଏହା ସହିତ ଜୈନ ମଧ୍ୟ କୋଭିଡ -୧୯ ମହାମାରୀ ସମୟରେ କରିଥିବା କଠିନ ପରିଶ୍ରମ ପାଇଁ ତାଙ୍କ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ କର୍ମଚାରୀମାନଙ୍କୁ ଦେଇଥିବା ବାର୍ତ୍ତାରେ ଭର୍ଭ ଲଜିକ୍ ସିଇଓ କହିଛନ୍ତି ଯେ କିଛି ସମୟରେ ବିରତି ନେବା ଠିକ୍ ଅଟେ।
Comments are closed.