ଭାରତକୁ ଖୋଲା ଖୋଲି ଧମକ ଦେଲା ଚୀନ, କହିଲା ଯିଏ ଆକ୍ରମଣ କରିବ ତାର ବିନାଶ କରିଦବୁ
ଗୋଟିଏ ପଟେ ଲଦାଖରେ ଭାରତ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି । ଅପରପକ୍ଷରେ ଚୀନ ସେନା ଚଖଇ ଏବଂ ଚୀନ ମିଡ଼ିଆ ଲଗାତାର ଭାରତ ସରକାର ଓ ଭାରତୀୟ ସେନା ପ୍ରତି ଆକ୍ରମକ ଭାବ ରଖିଛନ୍ତି । ଶାନ୍ତି ପ୍ରତିଷ୍ଠା କରିବାକୁ ଦେଖେଇ ହଉଚି ଚୀନ । ଏପଟେ କିନ୍ତୁ ଚୀନ ସେନା କହିଛି ସେ ଗୋଟିଏ ଇଞ୍ଚ ଜମି ଦେବାକୁ ରାଜି ନୁହେଁ । ଏହାଛଡା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଜରିଆରେ ଚୀନ ଧମକ ଦେଇଛି ଯେ ଯଦି ସୀମାରେ କୌଣସି ପ୍ରକାର ହମଲା କରିବାକୁ ଉଦ୍ୟମ କରାଯାଏ ତାହେଲେ ଶତ୍ରୁର ବିନାଶ କରିଦିଆଯିବ ।
#Opinion: Given #India’s underdeveloped infrastructure and logistical shortcoming, it will bear bitter consequences in the face of the well-equipped and highly capable Chinese People’s Liberation Army. https://t.co/Ei26ABmDt9 pic.twitter.com/szKaZFOMnL
— Global Times (@globaltimesnews) June 22, 2020
ଭାରତ-ଚୀନ ସେନା ଗଲୱାନ ଘାଟିରେ ହିଂସା ଘଟଣା ପରେ ଗ୍ଲୋବାଲ ଟାଇମ୍ସ ଲଗାତାର ତିବ୍ବତ ସୀମାରେ ଚୀନ ସେନାର ଯୁଦ୍ଧାଭ୍ୟାସ ଭିଡିଓ ସେୟାର କରୁଛି | ମଙ୍ଗଳବାର ଦିନ ମଧ୍ୟ ଗ୍ଲୋବାଲ ଟାଇମ୍ସର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଯାହା ଭାରତ ବିହାର ରେଜିମେଣ୍ଟର ଯବାନଙ୍କ ସହ ଗଲୱାନ ଘାଟିରେ ଚୀନ ସେନାର ହିଂସା ଭିଡିଓ । ଏହି ଭିଡିଓରେ ସୈନିକ ସ୍ପଷ୍ଟ ଭାବେ କହୁଛନ୍ତି ଯେ ସେ ଗୋଟିଏ ଇଂଚ ଜମି ମଧ୍ୟ କାହାକୁ ନେଇଯିବାକୁ ଦେବେନାହିଁ । ଭିଡିଓରେ ଜଣେ ସୈନିକ କହୁଛି ଯେ ଚୀନ ଜମି ତାଙ୍କ ଜୀବନ ଠାରୁ ମଧ୍ୟ ଅଧିକ ମହତ୍ଵପୁର୍ଣ । ସେଥିପାଇଁ ସେ ଜୀବନ ଦେଇଦେବେ ପଛେ କିନ୍ତୁ କାହାକୁ ଇଂଚେ ଜମି ନେବାକୁ ଦେବେନି । ଏହାଛଡା ଏହି ଭିଡିଓରେ ଚୀନ ଡିଫେନ୍ସ ସୈନିକଙ୍କ ସୌର୍ଯ୍ୟକୁ ବଖାଣିଛି ।ଗ୍ଲୋବାଲ ଟାଇମ୍ସ ଏକ ଏଡିଟୋରିଅଲ ଜରିଆରେ ଭାରତୀୟ ସେନାକୁ ଚେତାବନୀ ଦେବାକୁ ମଧ୍ୟ ଚେଷ୍ଟା କରିଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଚୀନ କେବେ ମଧ୍ୟ ଭାରତ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନି କିନ୍ତୁ ଭାରତୀୟ ସେନାକୁ ମଧ୍ୟ ସଂଯମର ସହିତ ବୁଝି ବିଚାରି କାମ କରିବାକୁ ହେବ ।
#环球时报Editorial: #China does not want its relations with #India to become sour, but some radical Indian forces have lost rationality. Frontline Indian officers must keep in their minds that whoever fires the first shot will be wiped out by the PLA. https://t.co/uwj80smNPh pic.twitter.com/Z2IMNKWI7J
— Global Times (@globaltimesnews) June 22, 2020
ଏଥିରେ ଧମକ ଦେଇ କୁହାଯାଇଛି ଯେ ଯିଏ ଚୀନ ସେନା ପ୍ରତି ପ୍ରଥମେ ଅସ୍ତ୍ର ଉଠାଇବ ତାଙ୍କୁ ପୃଥିବୀରୁ ମିଟାଇ ଦିଆଯିବ । ଏଥିରେ ଚୀନ ସରକାରଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ଯେ ଗଲୱାନ ଘାଟିରେ ଚୀନ ସେନାଙ୍କୁ ଆହୁରି ଅଧିକାର ଦିଆଯାଉ, ଅସ୍ତ୍ର ଦିଆଯାଉ ଯେପରି ସେମାନେ ଯେକୌଣସି ପରିସ୍ଥିତି ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିବେ । ଏଥିରେ ଆହୁରି କୁହାଯାଇଛି ଯେ ଚୀନ ସବୁ ପରିସ୍ଥିତି ପାଇଁ ସମ୍ପୂର୍ଣ ପ୍ରସ୍ତୁତ । ହିଂସା ଭାରତୀୟ ସେନା ଆରମ୍ଭ କରିଛି ଏବଂ ତାଙ୍କୁ ତାର ପରିଣତି ମଧ୍ୟ ମିଳିଯାଇଥିବ । ଚୀନ ଲଗାତାର ଆରୋପ ଲଗାଉଛି ଯେ ଆମେରିକା ଚାପରେ ଭାରତ ଲଗାତାର ସୀମାରେ ଆକ୍ରମଣ କରୁଛି ।
ଗ୍ଲୋବାଲ ଟାଇମ୍ସର ଆଉ ଏକ ଲେଖାରେ କୁହାଯାଇଛି ଯେ ଭାରତୀୟ ସେନାକୁ ସୀମାରେ ଛୁଟ ଦିଆଯାଇଛି ଯାହାକୁ ଚୀନ ବିପଦ ବୋଲି କହିଛି । ଭାରତୀୟ ସେନା କୌଣସି ପରିସ୍ଥିତିରେ ଚୀନ ସେନାର ମୁକାବିଲା କରିବା ପାଇଁ ଯୋଗ୍ୟ ନୁହେଁ । ଯଦି ସୀମାରେ ଅଶାନ୍ତି ବଢେ ତାହେଲେ ଏଥିରେ ଭାରତର ହିଁ ଅଧିକ କ୍ଷତି ହେବ । ଭାରତ ଯଦି ସୀମାରେ ଅସ୍ତ୍ର ଉଠାଇବ ପାଇଁ ଅନୁମତି ଦିଏ ତାହେଲେ ତାଙ୍କୁ ମଧ୍ୟ ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ଏଥିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସ୍ୱୀକାର କରିଛନ୍ତି ଯେ ଚୀନ ସେନା ସୀମା ପାର କରିନଥିଲେ । ଏଭଳି ପରିସ୍ଥିତିରେ ଭାରତୀୟ ସେନାର ଆକ୍ରମଣାତ୍ମକ ଭାବ ସମସ୍ୟା ଜଟିଳ କରିବ | ଚୀନ ଆଶା ପ୍ରକାଶ କରିଛି ଯେ ଗତ ୩୦ ରୁ ଅଧିକ ବର୍ଷ ହେଲା ଏହି ଅନ୍ତରାଷ୍ଟ୍ରୀୟ ସୀମା ଶାନ୍ତ ରହିଛି । ଏଥିପାଇଁ ଉଭୟ ଦେଶକୁ କ୍ରେଡିଟ ଦିଆଯାଉଛି । ଯଦି ଭାରତ ଆକ୍ରମଣାତ୍ମକ ଭାବ ରଖେ ତାହେଲେ ଏହାର ପରିଣାମ ବହୁତ ଖରାପ ହେବ ଏବଂ ଏଥିପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କୁହାଯାଇଛି ।
Comments are closed.