ଅଷ୍ଟ୍ରେଲିଆ ଗଣମାଧ୍ୟମର ଦାବି, ଗଲୱାନ୍‌ରେ ସଂଘର୍ଷ ବେଳେ ନଦୀରେ ଭାସିଯାଇଥିଲେ ୩୮ ଚୀନ୍ ସୈନିକ

Share It

ପୂର୍ବ ଲଦାଖର ଗଲୱାନ୍‌ ଘାଟିରେ ଜୁନ୍ ୨୦୨୦ ରେ ଭାରତ ଓ ଚୀନ୍‌ର ସୈନିକଙ୍କ ଭିତରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ କର୍ଣ୍ଣଲ ସନ୍ତୋଷ ବାବୁଙ୍କ ସହିତ ଭାରତର ୨୦ ଯବାନ ଶହୀଦ ହୋଇଯାଇଥିଲେ। କିନ୍ତୁ ଚୀନ୍ ସହିତ ସଂଘର୍ଷ ପରେ ନିଜର ସୈନିକଙ୍କ ମୃତ୍ୟୁ କଥା ଲୁଚାଇବାର ଅଭିଯୋଗ କରିଛି। ଏବେ ଏହି ମାମଲାରେ ବଡ ଖୁଲାସା ହୋଇଛି। ହିଂସାକାଣ୍ଡ ବେଳେ ଚୀନ୍‌ର ୩୮ ଜଣ ସୈନିକ ନଦୀରେ ଭାସି ଯାଇଥିଲେ। ସେଭଳି ଚୀନ୍‌ କେବଳ ୪ ସୈନିକଙ୍କ ମୃତ୍ୟୁ କଥା ସ୍ବୀକାର କରିଥିଲା।

ଅଷ୍ଟ୍ରେଲିଆର ନ୍ୟୁଜ ପେପର ‘ଦ କ୍ଲାକ୍ସନ’ରେ ଏକ ରିପୋର୍ଟ ଛାପି ହୋଇଛି। ଗଲୱାନ୍‌ ‘ଡିକୋଡେଡ୍’ ନାମରେ ଚଡା ହୋଇଥିବା ଏହି ରିପୋର୍ଟକୁ ଇଣ୍ଡିପେଣ୍ଡେଣ୍ଟ ସୋସିଆଲ ମିଡି ରିସର୍ଚ୍ଚସ ଟିମ୍ ପ୍ରସ୍ତୁତ କରିଛି। ଏଥିରେ କୁହାଯାଇଛି ଯେ, ସଂଘର୍ଷ ବେଳେ ଚୀନ୍‌ର ପିପୁଲସ୍ ଲିବରେସନ୍ ଆର୍ମି(ପିଏଲଏ)ର ଯବାନ ଗଲୱାନ୍‌ ନଦୀରେ ବୋହି ଯାଇଥିଲା। ଅଷ୍ଟ୍ରେଲିଆ ଗଣମାଧ୍ୟମ ଏରି ରିପୋର୍ଟରେ ପୁଣିଥରେ ଚୀନ୍‌ର ମିଛକୁ ଦୁନିଆ ଆଗରେ ଆଣିଛି।

ରିପୋର୍ଟରେ ଚୀନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ Weibo ପକ୍ଷରୁ କୁହାଯାଇଛି, ସେହି ରାତିରେ ଅତି କମ୍‌ରେ ୩୮ ସୈନିକ ବୁଡି ଯାଇଥିଲେ। ସେଭଳି ଚୀନ୍‌ର କେବଳ ୪ ସୈନିକଙ୍କ ମୃତ୍ୟୁର କଥା ସ୍ବୀକାର କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ସେହି ରାତିରେ ଏଲଏସି ନିକଟରେ ବାସ୍ତବରେ କ’ଣ ହୋଇଥିଲା? କେଉଁ କାରଣରୁ ସଂଘର୍ଷ ହୋଇଥିଲା? ଏହାପରେ ବହୁତ ଗୁଡିଏ କଥା ବେଜିଂ ପକ୍ଷରୁ ଲୁଚ ଯାଇଥିଲା। ଚୀନ୍‌ ସାରା ଦୁନିଆକୁ ମନଗଢା କାହାଣୀ ଶୁଣାଇଥିଲା। ଚୀନ୍ ଅଧିକାରୀ ବହୁ ବ୍ଲଗ ଓ ପେଜ୍‌କୁ ହଟାଇ ଦେଇଛି। କିନ୍ତୁ ଚୀନ୍‌ ସହ ମିଶିବା ଦ୍ବାରା ଡିଜିଟାଲ ଅର୍କାଇଭ ଅଲଗା କଥା କହୁଛି।


Share It

Comments are closed.