ମଣିଷ ଦେହରେ ବାର୍ଡ ଫ୍ଲୁର ନୂଆ ଷ୍ଟ୍ରେନ୍, ୪ ବର୍ଷୀୟ ପିଲା ସଂକ୍ରମିତ
ଚୀନରେ ପୁଣି ଆଉ ଏକ ମହାମାରୀ ବିଶ୍ୱ ବାସୀଙ୍କ ସଙ୍କଟରେ ପକାଇପାରେ। ବାର୍ଡ ଫ୍ଲୁ H3N8 ଷ୍ଟ୍ରେନର ପ୍ରଥମ ମାମଲା ଚୀନରେ ଚିହ୍ନଟ ହୋଇଛି। ତେବେ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଏହି ସଂକ୍ରମଣ ଲୋକଙ୍କ ମଧ୍ୟରେ ବ୍ୟାପିବାର ଆଶଙ୍କା କମ୍ ରହିଛି।
ସୂଚନା ଥାଉକି, H3N8 ମାମଲା ୨୦୦୨ ରେ ପ୍ରଥମଥର ପାଇଁ ଉତ୍ତର ଆମେରିକାରେ ଦେଖାଯାଇଥିଲା। ଏହାପରେ ଘୋଡ଼ା,କୁକୁର ଓ ସିଲ୍ ସଂକ୍ରମିତ ହୋଇଥିଲେ। ହଲେ ମଣିଷଙ୍କ ପାଖରେ ଏହି ସଂକ୍ରମଣ କମ୍ ଦେଖାଯାଇଥିଲା। ଏନେଇ ଚୀନ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ମଧ୍ୟ ହେନାନ ଅଞ୍ଚଳରେ ରହୁଥିବା ଜଣେ ୪ ବର୍ଷିୟ ଛୋଟ ପିଲାଙ୍କୁ ଏହି ମାସ ଆରମ୍ଭରେ ଜ୍ୱର ହେବାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଟେଷ୍ଟ କରିବାରୁ ସେ ଏହି ଭାଇରସର ପଜେଟିଭ ହୋଇଥିବା ଜଣାପଡ଼ିଛି। ଆୟୋଗ କହିଛନ୍ତି ଯେ ଏହି ପିଲାଙ୍କ ପରିବା ଘରେ କୁକୁଡ଼ା ପାଳିଥିଲେ ଓ ଜଙ୍ଗଲି ବତକକୁ ମଧ୍ୟ ଘରେ ପାଳିଥିଲେ।
ଆୟୋଗ କହିଛନ୍ତି ଯେ ଏହି ପିଲାର ସଂକ୍ରମଣ ଫ୍ରାନ୍ସ ପ୍ରଜାତିର ହୋଇଥିବାରୁ ଏହା ଲୋକଙ୍କ ମଧ୍ୟ ମଧ୍ୟରେ ବ୍ୟାପିବାର ଆଶଙ୍କା ବହୁତ କମ୍ ରହିଛି। ଏହାପରେ ମଧ୍ୟ ଆୟୋଗ ଲୋକଙ୍କୁ ମୃତ ପକ୍ଷୀ ଏବଂ ପଶୁର ମାଂସ ଖାଇବାକୁ ମନା କରିଛନ୍ତି।
ସୂଚନା ଯୋଗ୍ୟ, ଏଭିୟନ ଇନ୍ଫ୍ଲୁଏଞ୍ଜା ମୁଖ୍ୟତଃ ଜଙ୍ଗଲି ପକ୍ଷୀ ଏବଂ କୁକୁଡ଼ା ପାଳନ କରିବା ଦ୍ୱାରା ହୋଇଥାଏ। ମନୁଷ୍ୟଙ୍କ ମଧ୍ୟରେ ଏହି ସଂକ୍ରମଣ ଖୁବ୍ କମ୍ ବ୍ୟାପିଥାଏ। ୟୁଏନ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଅନୁସାରେ ୧୯୯୭ ଏବଂ ୨୦୧୩ ରେ ଚିହ୍ନଟ ହୋଇଥିବା ବାର୍ଡ ଫ୍ଲୁ H5N1 ଏବଂ H7N9 ଷ୍ଟ୍ରେନ୍ ଏଭିୟନ ଇନ୍ଫ୍ଲୁଏଞ୍ଜା ମଣିଷଙ୍କ ମଧ୍ୟରେ ବ୍ୟାପିଥିଲା।
Comments are closed.