ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ‘କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ
ଗଞ୍ଜାମ ଜିଲ୍ଲାରୁ ଆରମ୍ଭ

Share It

ଭୁବନେଶ୍ଵର,୦୩/୦୨:ମାଆ ତାରାତାରିଣୀଙ୍କ ପୀଠରୁ ହେବ ଉଦଘାଟନ.ରାଜ୍ୟ ସରକାରଙ୍କ ଗରିବ ଓ ଅସହାୟ କନ୍ୟାମାନଙ୍କ ସହାୟତା ଲକ୍ଷ୍ୟରେ ଆଜିଠୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା। ଏହି ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରୁ ମୁଖ୍ୟମନ୍ତ୍ରୀ କରିବେ।

ଏହି ଯୋଜନା ଅନୁସାରେ ଗରିବ ପରିବାରର କନ୍ୟାମାନଙ୍କ ବିବାହକୁ ସରକାରୀ ସହାୟତା ମିଳିବ। ସାମୁହିକ ବିବାହ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଅନୁଷ୍ଠାନରେ ପ୍ରାୟ ୨୦୦ ଦମ୍ପତି ବିବାହ ବନ୍ଧନରେ ବାନ୍ଧିବେ।
ଯୋଗ୍ୟତା ମାନଦଣ୍ଡ

କନ୍ୟାର ବୟସ: ୧୮ ରୁ ୩୫ ବର୍ଷ
ବରର ବୟସ: ୨୧ ରୁ ୩୫ ବର୍ଷ

ଆର୍ଥିକ ସହାୟତା ପ୍ରତ୍ୟେକ ଲାଭାର୍ଥୀ ଦମ୍ପତିଙ୍କୁ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ।ବିବାହ ସମ୍ପର୍କିତ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ।

ଏହି ଯୋଜନା ମାଧ୍ୟମରେ ଗରିବ ପରିବାର ଉପରେ ଥିବା ଆର୍ଥିକ ଚାପ କମିବା ସହିତ ସାମାଜିକ ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରାଯିବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସାଧାରଣ ଲୋକମାନେ ସ୍ୱାଗତ କରିଛନ୍ତି।


Share It

Comments are closed.