ଜବାନ ସମେତ ଏହି ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା ଛାବା
ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଛାଭା’ ଗୋଟିଏ ପରେ ଗୋଟିଏ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ମୁକ୍ତିଲାଭର ତୃତୀୟ ରବିବାର ରେ ଫିଲ୍ମଟି ଶାହାରୁଖ ଖାନଙ୍କ ‘ଜବାନ’ ଏବଂ ‘ପଠାନ୍’ ସମେତ ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଛି। ସେପଟେ ସୋହମ ଶାହାଙ୍କ ‘କ୍ରେଜି’ ଏବଂ ‘ସୁପରବଏଜ୍ ଅଫ୍ ମାଲେଗାଓଁ’ର ସ୍ଥିତି ସମାନ ରହିଛି। ଉଭୟ ଫିଲ୍ମର ରୋଜଗାର ରେ କୌଣସି ବୃଦ୍ଧି ଘଟିନାହିଁ କି ପୂର୍ବ ଦିନର କଲେକ୍ସନ ମଧ୍ୟ ହ୍ରାସ ପାଇନାହିଁ ।
ଲକ୍ଷ୍ମଣ ଉତେକରଙ୍କ ଫିଲ୍ମ ‘ଛାଭା’ ରିଲିଜ୍ ହେବାର ତୃତୀୟ ଦିନରେ ୨୫ କୋଟି ଟଙ୍କା ଆୟ କରିଥିଲା। ଚଳଚ୍ଚିତ୍ରଟି ୩୧ କୋଟି ଟଙ୍କାରେ ମୁକ୍ତିଲାଭ କରିଥିଲା, ଯାହା ପରେ ପ୍ରଥମ ରବିବାର ଏହା ୪୮.୫ କୋଟି ଟଙ୍କା ସଂଗ୍ରହ କରିଥିଲା । ଦ୍ୱିତୀୟ ରବିବାର ଫିଲ୍ମ ୪୦ କୋଟି ଟଙ୍କା ଆୟ କରିଥିଲା । ମୋଟ ଆୟ ହିସାବରେ ଏହା ଏବେ ମୋଟ ୪୫୯.୫୦ କୋଟି ଟଙ୍କାର ବ୍ୟବସାୟ କରିଛି।
ତୃତୀୟ ରବିବାରରେ ସର୍ବାଧିକ ଆୟ କରିଥିବା ରେକର୍ଡ ଭାଙ୍ଗିଛି ଫିଲ୍ମ ‘ଛାଭା’। ଏହା ପୂର୍ବରୁ ‘ସ୍ତ୍ରୀ-୨’ ୨୨ କୋଟି, ‘ବାହୁବଳୀ-୨’ ୧୭.୭୫ କୋଟି, ‘ଗଦର-୨’ ୧୬.୧ କୋଟି, ‘ଯବାନ’ ୧୩.୯ କୋଟି, ଆମୀର ଖାନ୍ଙ୍କ ‘ଦଙ୍ଗଲ’ ୧୩.୬୮ କୋଟି, ‘ଆନିମଲ’ ୧୩.୫ କୋଟି, ‘ପଠାନ୍’ ୧୨.୬ କୋଟି, ‘ତାଣାଜୀ’ ୧୨.୫ କୋଟି ଏବଂ ଆମୀର ଖାନଙ୍କ ‘ପିକେ’ ତୃତୀୟ ରବିବାର ୧୧.୫ କୋଟି ଆୟ କରିଥିଲା। ଏବେ ‘ଛାଭା’ ୨୫ କୋଟି ଟଙ୍କା ଆଦାୟ କରି ଏହି ସବୁ ରେକର୍ଡ ଭାଙ୍ଗିଦେଇଛି।
Comments are closed.