ଯାଜପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳିଲା।
ଯାଜପୁର,୦୫/୦୨:ଟଳିଲା ବଡ ବିପଦ।ଯାଜପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳିଲା। ଭଦ୍ରକ ଯଖପୁରା ଷ୍ଟେସନ ନିକଟରେ ଚେନ୍ନାଇ–ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।ଟ୍ରେନ୍ର ଗୋଟିଏ ବଗି ଷ୍ଟେସନ ନିକଟରେ ଟ୍ରାକରୁ ଖସି ପଡ଼ିଥିଲା।ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।ସଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ଉକ୍ତ ରୁଟ୍ରେ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣା ସଂପର୍କରେ ଖବର ପାଇ ଇଷ୍ଟକୋଷ୍ଟ ରେଲଓ୍ୱେ ପକ୍ଷରୁ ରିଲିଫ୍ ଏବଂ ଉଦ୍ଧାର ଟିମ୍ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେନ୍ ଲାଇନଚ୍ୟୁତ ହେବାର ସଠିକ୍ କାରଣ ଅସ୍ପଷ୍ଟ ରହିଛି। ରେଲଓ୍ୱେ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
Comments are closed.