ବଡ ଦାଣ୍ଡରେ ଗଡୁଛି ତିନି ରଥ
ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି କରୋନା କଟକଣା ମଧ୍ୟରେ ପାଳନ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା। ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଙ୍କରାଚାର୍ଯ୍ୟ ଓ ଗଜପତି ଦର୍ଶନ କରିବା ପରେ ହୋଇଥିଲା ଛେରା ପହଁରା ନୀତି। ଏବେ ଆରମ୍ଭ ହୋଇଛି ବଡଦାଣ୍ଡରେ ରଥଟଣା। ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଲଧ୍ୱଜ ରଥ ଗଡିଲା। ନିର୍ଦ୍ଧାରିତ ସମୟ ୩ ଘଣ୍ଟା ପୂର୍ବରୁ ଗଡିଲା ରଥ। ପ୍ରଥମେ ୩ ରଥରେ ସାରଥୀ ଓ ଘୋଡାଯଚା କାମ ସମ୍ପନ୍ନ କରାଯାଇ ଆରମ୍ଭ ହୋଇଛି ରଥଟଣା।
ଗୁଣ୍ଡିଚା ଅଭିମୁଖେ ପ୍ରଭୁ ବଳଭଦ୍ରଙ୍କ ରଥ। ଆରମ୍ଭ ହୋଇଛି ଦେବୀ ସଭୁଦ୍ରାଙ୍କ ଦର୍ପଦଳନ ରଥ।
କୋଟି କୋଟି ଭକ୍ତଙ୍କ ଆଖିରେ ଆଜି ଧାର ଧାର ଲୁହ। କରୋନା କଟକଣା ପାଇଁ ସଭିଏଁ ଟିଭିରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବଡଦାଣ୍ଡରେ ଗଡୁଛି ରଥ। ଭାବରେ ବିହ୍ୱଳ ପ୍ରତ୍ୟେକ ଭକ୍ତ।
Comments are closed.