ରାଜସ୍ଥାନରେ ଖୁବ ଶୀଘ୍ର ହୋଇପାରେ ନେତୃତ୍ୱ ପରିବର୍ତ୍ତନ, ପାଇଲଟ୍ କହିଲେ- ସୋନିଆ ଗାନ୍ଧିଙ୍କ ସହ ଚର୍ଚ୍ଚା ହୋଇଛି
ରାଜସ୍ଥାନର ବଡ କଂଗ୍ରେସ ନେତା ସଚିନ ପାଇଲଟଙ୍କ ଗୋଷ୍ଠୀଙ୍କ ସୁତ୍ରରୁ ଦାବି କରାଯାଉଛି ରାଜସ୍ଥାନରେ ନେତୃତ୍ବ ପରିବର୍ତ୍ତନର ସମ୍ଭାବନା ରହିଛି। ପାଇଲଟ କ୍ୟାମ୍ପର ସୁତ୍ରରୁ ମିଳିଥିବା ଖବର ଅନୁସାରେ, କ୍ୟାବିନେଟ୍ ଓ ସଂଗଠନରେ ଖୁବ୍ ଶୀଘ୍ର ଅଦଳ ବଦଳ ହୋଇପାରେ। ଉଲ୍ଲେଖନୀୟ ଯେ, ରାଜସ୍ତାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବୁଧବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ। ଏହାର ଦିନ ପରେ ଅର୍ଥାତ ଗୁରୁବାର ସଚିନ ପାଇଲଟ୍ ସୋନିଙ୍କୁ ଭେଟିଥିଲେ।
ଗେହଲଟ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ଦଳର କମିଟି ସହିତ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ସାକ୍ଷତ କରିଥିଲେ। ସେଭଳି ସୋନିଆ ଗାନ୍ଧିଙ୍କୁ ସାକ୍ଷାତ ପରେ ପାଇଲଟ୍ କହିଛନ୍ତି, ଦଳକୁ ମଜବୁତ କରିବା ସଂଗଠନାତ୍ମକ ନିର୍ବାଚନ ଉପରେ ଚର୍ଚ୍ଚା ଓ ଦଳର ଅଧ୍ୟକ୍ଷଙ୍କୁ ରାଜସ୍ଥାନର ରାଜନୀତି ପରିଦୃଶ୍ୟ ବିଷୟରେ ଫିଡବ୍ୟାକ୍ ଦେଇଛନ୍ତି।
ସଚିନ ପାଇଲଟ କହିଛନ୍ତି, ରାଜସ୍ତାନରେ ଗତ ୩୦ ବର୍ଷରେ ୫ ବର୍ଷ ପରେ ବୈକଳ୍ପିକ ସରକାର ଚାଲିବ ଅର୍ଥାତ ପୁଣିଥରେ ବିଜେପି ଓ ଆସନ୍ତା ଥର କଂଗ୍ରେସ, କିନ୍ତୁ ଯେଉଁ କମିଠି ଏଆଇସିସି ପ୍ରାୟ ୨ ବର୍ଷ ପୂର୍ବରୁ ହୋଇଥିଲା, ତାହା ଜରିଆରେ ରାଜସ୍ଥାନରେ ଆମେ ସରକାର ଓ ସଂଗଠନ ଦ୍ୱାରା ସଠିକ ଦିଗରେ ପଦକ୍ଷେପ ଗ୍ରହଣ କରିଛୁ। ଆମକୁ ସେହି ଦିଗରେ ଆହୁରି ଅଧିକ ଏକଜୁଟ ହୋଇ କାମ କରିବାର ଅଛି, ଯାହାଫଳରେ ୨୦୨୩ରେ ରାଜସ୍ଥାନରେ ସରକାର ଗଠନ ହୋଇପାରିବ ଓ ଏହାକୁ ନେଇ ସୋନିଆଙ୍କ ସହିତ ଚର୍ଚ୍ଚା କରିଛି। ସେହି ଚର୍ଚ୍ଚାରେ ସବୁକିଛି ସାମିଲ ରହିଛି। କ’ଣ କରିବା, କ’ଣ ନକରିବା। ଅନ୍ତିମ ନିଷ୍ପତ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି କରିବେ ବୋଲି ପାଇଲଟ୍ କହିଛନ୍ତି।
Comments are closed.