ନୁଆପଡା ଉପନିର୍ବାଚନ ପାଇଁ ଭୋଟର ତାଲିକା ରିଭିଜନ ଉପରେ CEOଙ୍କ ପ୍ରେସମିଟ
ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ନୁଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ ଅନୁଷ୍ଠାନ କରି ଭୋଟର ତାଲିକା ରିଭିଜନ ସମ୍ପର୍କରେ ତଥ୍ୟ ଦେଇଛନ୍ତି। ଚୁଡାନ୍ତ ଭୋଟର ତାଲିକା ଅକ୍ଟୋବର ୯ ରେ ପ୍ରକାଶ ପାଇବ। ଆପତ୍ତି ଓ ଅଭିଯୋଗ ଦାଖଲ: ସେପ୍ଟେମ୍ବର ୧୫ରୁ ୨୯ ଯାଏ । ଦାବି ଆପତ୍ତିର ସମାଧାନ: ଅକ୍ଟୋବର ୭
🔹 ନୁଆପଡା ଜିଲ୍ଲାରେ ୩୫୮ଟି ପୋଲିଂ ଷ୍ଟେସନ ରହିଛି, ଯାହାରୁ ୩୬ଟି ସହରାଞ୍ଚଳ ଓ ୩୨୨ଟି ଗ୍ରାମାଞ୍ଚଳରେ ଅବସ୍ଥିତ।
🔹 ମୋଟ ଭୋଟର: ୨,୪୮,୨୫୬
ପୁରୁଷ: ୧,୨୨,୧୦୩
ମହିଳା: ୧,୨୬,୧୩୨
ତୃତୀୟ ଲିଙ୍ଗ: ୨୧
ବରିଷ୍ଠ ନାଗରିକ: ୨,୦୦୭
ଯୁବ ଭୋଟର: ୬,୦୦୩
ଭିନ୍ନକ୍ଷମ: ୪,୦୦୦
ଯଦି ଦୁଇ ଜାଗାରେ ଭୋଟ ପରିଚୟ ଥିବା ଘଟଣା ଘଟେ, ତେବେ କ୍ରସ ଭେରିଫିକେସନ କରାଯିବ।
ଭୋଟର ତାଲିକାରୁ ନାମ ବାହାର କରିବା ପାଇଁ ଫର୍ମ ୭ ପୁରଣ କରିବା ବା ଘୋଷଣା ନାମା ଦେବା ଆବଶ୍ୟକ। ଏହି ଉଦ୍ୟମ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁଚାରୁ, ନିଷ୍ପକ୍ଷ ଓ ଭୋଟର ମାନ୍ୟତା ଉପରେ ଗୁରୁତ୍ୱ ଦିଆଯିବ।
Comments are closed.