ଆଜିଠୁ ସାରା ଦେଶରେ ଜନଗଣନା, ୧୫ ତାରିଖ ରାତି ପର୍ଯ୍ୟନ୍ତ ସ୍ବ-ଗଣନା

Share It

ଭୁବନେଶ୍ବର,୦୧/୦୪:ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା।ପ୍ରଥମ ପର୍ଯାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ ଗଣନା।ଆଜିଠାରୁ 15 ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସସାଇଟ ମାଧ୍ୟମରେ ଦେଇପାରିବେ।କିନ୍ତୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ପ୍ରଥମ ଥର ପାଇଁ ନାଗରିକମାନେ se.census.gov.in ପୋର୍ଟାଲକୁ ଯାଇ ଓଡ଼ିଆ ସମେତ ୧୬ଟି ଭାଷାରେ ନିଜ ତଥ୍ୟ ଅନଲାଇନ୍ ରେ ଦେଇପାରିବେ। ଯେଉଁମାନେ ଅନଲାଇନ୍ ରେ ତଥ୍ୟ ଦେବେ ନାହିଁ, ସେମାନଙ୍କ ପାଇଁ ତାଲିମପ୍ରାପ୍ତ କର୍ମଚାରୀମାନେ ମୋବାଇଲ୍ ଆପ୍ ସହିତ ଆପଣଙ୍କ ଘରକୁ ଆସିବେ। ଏଥିପାଇଁ କୌଣସି ପରିଚୟ ପତ୍ର ବା ଦଲିଲ୍ ଦେଖାଇବା ଆବଶ୍ୟକ ନାହିଁ। ଘରର ଅବସ୍ଥା, ପିଇବା ପାଣି, ବିଦ୍ୟୁତ୍, ରନ୍ଧନ ଗ୍ୟାସ୍, ଇଣ୍ଟରନେଟ୍ ଏବଂ ଶୌଚାଳୟ ଭଳି ପ୍ରାୟ ୩୪ଟି ପ୍ରଶ୍ନ ପଚରାଯିବ।

୧୬ ବର୍ଷ ପରେ ହେଉଛି ଜନଗଣନା । ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ। ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା ।ଦୀର୍ଘ ପ୍ରତୀକ୍ଷା ପରେ ଦେଶର ୧୬ତମ ଜାତୀୟ ଜନଗଣନା ଆରମ୍ଭ ହେବ। ୨୦୧୧ ପରେ ଏହା ପ୍ରଥମ ଜନଗଣନା ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ କରାଯିବ। ଏଥିପାଇଁ ସରକାର ପ୍ରାୟ ୧୧ହଜାର ୭୧୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଦୁଇଟି ପର୍ଯ୍ୟାୟରେ ହେବ ସେନସସ।


Share It

Comments are closed.