ଅନିଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

Share It

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଶନିବାର ସକାଳେ ସିବିଆଇ ଚଢାଉ। ଏହା ପୂର୍ବରୁ ଶୁକ୍ରବାର କେନ୍ଦ୍ର ତଦନ୍ତକାରୀ ଏଜେନ୍ସି ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ରୁଜୁ କରିଥିଲା। ଦେଶମୁଖଙ୍କ ବିରୋଧରେ ସିବିଆଇ ଭ୍ରଷ୍ଟାଚାର ଅଭିଯୋଗର ପ୍ରାଥମିକ ତଦନ୍ତ ଶୁକ୍ରବାର ଶେଷ କରିଥିଲା।

ତଦନ୍ତକାରୀ ଏଜେନ୍ସି ମୁମ୍ବାଇର ପୂର୍ବତନ ଶୀର୍ଷ ପୋଲିସ ଅଧିକାରୀ ପରମବୀର ସିଂଙ୍କ ଦ୍ବାରା ନିଆଯାଇଥିବା ଭ୍ରଷ୍ଟାଚାର ଅଭିଯୋଗ ସମ୍ପର୍କିତ ଏକ ମାମଲା ରୁଜୁ କରିଛି। ମାମଲା​‌ରେ ବମ୍ବେ ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦେଶ ଦେଇଛି। କୋର୍ଟ ତଦନ୍ତକାରୀ ଏଜେନ୍ସିକୁ ଏହା ଧାର୍ଯ୍ୟ କରିବାକୁ ୧୫ ଦିନର ସମୟ ଦେଇଥିଲା ଯେ, ଭ୍ରଷ୍ଟାଚାର ମାମଲା ରୁଜୁ ହୋଇପାରିବ କି ନାହିଁ। ମାମଲା ରୁଜୁ କରିବା ପରେ ସିବିଆଇ ଶନିବାର ବହୁ ସ୍ଥାନରେ ଚଢାଉ କରିଥିଲା।

ଏହା ପୂର୍ବରୁ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶରେ ୧୪ ଅପ୍ରେଲରେ ସିବିଆଇ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗରେ ତଦନ୍ତ ନେଇ ୮ ଘଣ୍ଟା ପଚରାଉଚରା କରିଥିଲା। ଦେଶମୁଖଙ୍କ ବିରୋଧରେ ମୁମ୍ବାଇ ପୋଲିସର ପୂର୍ବତନ ମୁଖ୍ୟ ପରମବୀର ସିଂ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଦେଶମୁଖ ପଚରାଉଚରା ବେଳେ ସିଂଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ଅଧିକାରୀଙ୍କ କହିବା ଅନୁସାରେ, ଏହା ରାଜ୍ୟ ସରକାରଙ୍କ ଛବିକୁ ଖରାପ କରିବାର ଚେଷ୍ଟା।


Share It

Comments are closed.