ସଚିବାଳୟ ମାର୍ଗରୁ କାରର ଚକା ଖୋଲି ନେଲେ ଦୃର୍ବୁତ୍ତ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର କେନ୍ଦ୍ରରେ ଉପସ୍ଥିତ ସଚିବାଳୟ ଠାରୁ ଅଳ୍ପ କିଛି ବାଟରେ ଅବସ୍ଥିତ ବୟନିକା ନିକଟରୁ ଏକ କାର(OD-02-AY-2743)ର ଚକାକୁ କେହି ଜଣେ ଦୃର୍ବୁତ୍ତ ଚୋରି କରି ନେଇ ଯାଇଛନ୍ତି । କାରର ମାଲିକ ଶ୍ରୀ ତ୍ରିଲୋଚନ ମୋହନ୍ତି, ବୟସ -୪୦ ଖାରବେଳ ନଗରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ତେବେ ଆଜି ସେ ବୟନିକା ନିକଟରେ ପାର୍କିଂ କରି ନିଜ ଅଫିସରେ କାମ ସାରି ସନ୍ଧ୍ୟାରେ ଦେଖିଥିଲେ ତାଙ୍କ କାରର ଆଗ ଚକାଟି ନଥିବାର ।
ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କାର ମାଲିକ ମାନଙ୍କ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ଚିନ୍ତା ବଢାଇ ଦେଇଛି। ତେବେ ସେହି ସ୍ଥାନ ମାନଙ୍କରେ କୌଣସି ସିସି ଟିଭି କ୍ୟାମେରା ନଥିବାରୁ ଏହି ସମସ୍ୟା ନେଇ ଲୋକେ ଅଧିକ ଚିନ୍ତିତ ଅଛନ୍ତି।
Comments are closed.