ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଲେ ସି.ପି ରାଧାକ୍ରିଷ୍ଣା
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଷ୍ଟ୍ରିୟ ଗଣତାନ୍ତ୍ରିକ ମେଣ୍ଟ (ଏମଡିଏ)ର ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣା ବୁଧବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଙ୍ଗରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ସମେତ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ଅନ୍ୟ ଶୀର୍ଷ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ନେତା ମଧ୍ୟ ଉପସ୍ଥିତ ଥିଲେ ।
ସି.ପି ରାଧାକ୍ରିଷ୍ଣା ଚାରୋଟି ସେଟର ନାମାଙ୍କନ ଦାଖଲ କରିଥିଲେ , ଯେଉଁଥିରେ ପ୍ରତ୍ୟେକ ରେ ୨୦ ଅନୁମୋଦକଙ୍କ ହସ୍ତାକ୍ଷର ଥିଲା । ପ୍ରଧାନମନ୍ତ୍ରୀ ମୁଖ୍ୟ ପ୍ରସ୍ତାବକ ଥିଲେ କାରଣ ସେ ନାମାଙ୍କନ ପତ୍ରର ପ୍ରଥମ ସେଟରେ ହସ୍ତାକ୍ଷର କରି ଦାଖଲ କରିଥିବାବେଳେ ଏହି କ୍ରମରେ ଅନ୍ୟ ନେତା ଗଣ ହସ୍ତାକ୍ଷର କରିଥିଲେ ।
Comments are closed.