ଡାକ୍ତର Suryakant Jena ଓ Subasis Mishraଙ୍କ ଦଳରୁ ଓଡ଼ିଶାରେ ଆଧୁନିକ ହୃଦଚିକିତ୍ସାର ସଫଳ ପ୍ରୟୋଗ

Share It

ଭୁବନେଶ୍ୱର: କିମ୍ସ ହସ୍ପିଟାଲ ବିଶେଷଜ୍ଞଙ୍କ ଦ୍ୱାରା ଜଣେ ୬୬ ବର୍ଷ ବୟସ୍କ ରୋଗୀଙ୍କ ଠାରେ ଓଡ଼ିଶାର ପ୍ରଥମ ମିଟ୍ରାଲ ଟ୍ରାନ୍ସକ୍ୟାଥେଟର ଏଜ୍‌-ଟୁ-ଏଜ୍ ରିପେର (ଏମଟିଇଇଆର)ର ସଫଳ ଚିକିତ୍ସା କରାଯାଇଛି । ଏହି ରୋଗୀଜଣଙ୍କ ଗୁରୁତର ହୃଦଘାତ ଏବଂ ଫଙ୍କ୍ସନାଲ ମିଟ୍ରାଲ ରିଗର୍ଜିଟେସନ ସହିତ ଗୁରୁତର ଭାବେ ଅସୁସ୍ଥ ଥିଲେ । ଏହି ଚିକିତ୍ସାରେ ବରିଷ୍ଠ ଇଂଟରଭେନ୍ସନାଲ କାର୍ଡିଓଲୋଜିଷ୍ଟ ଏବଂ ଷ୍ଟ୍ରକଚରାଲ ହାର୍ଟ ଇଂଟରଭେନସିଷ୍ଟ ଡକ୍ଟର ସୂର୍ଯ୍ୟକାନ୍ତ ଜେନା ଏବଂ ଭୁବନେଶ୍ୱରର କିମ୍ସ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ମୁଖ୍ୟ ଡକ୍ଟର ସୁବାସିସ ମିଶ୍ର ଏବଂ କାର୍ଡିଓଲୋଜି ଟିମ ମାଇକ୍ଲିପ ଡିଭାଇସ ବ୍ୟବହାର କରିଥିଲେ । ଏହି ଲ୍ୟାଣ୍ଡମାର୍କ ପ୍ରଣାଳୀ ରାଜ୍ୟରେ ମିନିମାଲି ଇନଭେସିଭ୍ ହାର୍ଟ କେୟାରରେ ଏକ ପ୍ରମୁଖ ଉନ୍ନତିକୁ ଦର୍ଶାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଗୀ ଶୀଘ୍ର ସୁସ୍ଥ ହେବା ସହିତ ପ୍ରକ୍ରିୟାର ଚାରି ଦିନ ପରେ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇପାରିଲା ।

ଏହି ପ୍ରକ୍ରିୟା ବିଷୟରେ ମତ ଦେଇ ଡାକ୍ତର ସୂର୍ଯ୍ୟକାନ୍ତ ଜେନା କହିଛନ୍ତି, “ଶେଷ ପର୍ଯ୍ୟାୟ ହୃଦଘାତ ବିଫଳତା ଏବଂ ପୂର୍ବରୁ ହୃଦଘାତ ଅସ୍ତ୍ରୋପଚାରର ପୃଷ୍ଠଭୂମି ସହିତ ଉଚ୍ଚ ବିପଦପୂର୍ଣ୍ଣ ରୋଗୀମାନେ ବହୁତ ଚ୍ୟାଲେଞ୍ଜିଂ ହୋଇପାରନ୍ତି । ତଥାପି, ଟ୍ରାନ୍ସକ୍ୟାଥେଟର ମିଟ୍ରାଲ ଭଲ୍ଭ ରିପେରର ଭୂମିକା ଏକ ଉତ୍କୃଷ୍ଟ ବିକଳ୍ପ ଭାବରେ ଉଭା ହୋଇଛି, ଯାହାର ସଫଳତା ଯତ୍ନଶୀଳ ଯୋଜନା ଏବଂ ବୈଷୟିକ ବିବରଣୀର ଗୁରୁତ୍ୱକୁ ପ୍ରସ୍ଫୁଟିତ କରିଛି ।” ସେହିଭଳି ଡାକ୍ତର ସୁବାସିସ୍ ମିଶ୍ର ତାଙ୍କର ମତାମତ ଦେଇ କହିଛନ୍ତି, “ଏହି ପ୍ରକ୍ରିୟା ଓପନ ହାର୍ଟ ଅସ୍ତ୍ରୋପଚାର କରିପାରୁନଥିବା ସମସ୍ତ ରୋଗୀଙ୍କ ପାଇଁ ଆଶା ଆଣିଥାଏ । ଓଡ଼ିଶାରେ ଏପରି ଅଭିନବ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ହୃତପିଣ୍ଡ ପ୍ରକ୍ରିୟାର ଆଗମନ ଉତମ ରୋଗୀ ସେବା ପାଇଁ ସଠିକ୍ ଦିଗରେ ଏକ ପଦକ୍ଷେପ ।”

ରୋଗୀଙ୍କୁ ଶ୍ୱାସକ୍ରିୟା ଏବଂ ଶୋଇବାରେ କଷ୍ଟ ହେଉଥିବାରୁ ହସ୍ପିଟାଲରେ ଭର୍ତି କରାଯାଇଥିଲା, ଯାହାର ଲକ୍ଷଣ କିଛି ଦିନ ପରେ ଆହୁରି ଖରାପ ହୋଇଯାଇଥିଲା । ଅତି ଗଭୀର ପରୀକ୍ଷା ଫଳାଫଳରୁ ଜଣାପଡ଼ିଥିଲା ଯେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଏକ ଓପନ ହାର୍ଟ ଅସ୍ତ୍ରୋପଚାର ଏକ ପରାମର୍ଶିତ ସମାଧାନ ହେବ ନାହିଁ । ସତର୍କତାର ସହ ଆକଳନ କରିବା ପରେ, ହୃଦରୋଗ ବିଶେଷଜ୍ଞମାନେ ଛାତି ଛେଦନ ଅସ୍ତ୍ରୋପଚାର ନକରି ଟ୍ରାନ୍ସ କ୍ୟାଥେଟର ମାଧ୍ୟମରେ ଏକ ମିନିମାଲି ଇନଭେସିଭ୍ ପ୍ରଣାଳୀ ଗ୍ରହଣ କରିବାକୁ ନିଷ୍ପତି ନେଇଥିଲେ । ଡକ୍ଟର ସୂର୍ଯ୍ୟକାନ୍ତ ଜେନା, ଡକ୍ଟର ସୁବାସିସ ମିଶ୍ରଙ୍କ ସହିତ ମିଶି ମାଇକ୍ଲିପ୍ ବ୍ୟବହାର କରି ମିଟ୍ରାଲ ଭଲଭ୍ ରିପେର କରିଥିଲେ, ଯାହାକୁ ରକ୍ତବାହୀ ନଳୀ ମାଧ୍ୟମରେ ହାର୍ଟକୁ ପଠାଯାଇଥିଲା । ଏହାର ପ୍ରଭାବ ତୁରନ୍ତ ଏବଂ ଉଲ୍ଲେଖନୀୟ ଥିଲା । ଭଲ୍ଭରେ ଲିକେଜ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା, ଇଂଟ୍ରାକେଭିଟାରୀ ଚାପରେ ଏକ ଉଲ୍ଲେଖନୀୟ ହ୍ରାସ ପାଇଲା ଏବଂ ଫୁସଫୁସକୁ ରକ୍ତ ପ୍ରବାହ ବୃଦ୍ଧି ପାଇଲା ।

 


Share It

Comments are closed.