ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା, ୩ ମୃତ

Share It


ଡେରାଡୁନ (ଉତ୍ତରାଖଣ୍ଡ),୦୩/୦୨: ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲା ଅନ୍ତର୍ଗତ କାଲସି ଅଞ୍ଚଳର କ୍ୱାନୁ–ମିନାସ ରୋଡରେ ହିମାଚଳ ପ୍ରଦେଶ ପରିବହନ ନିଗମର ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି।

ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୧ ଜଣ ପୁରୁଷ ଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରୁ ୬ରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସୂଚନା ପାଇବା ସହ SDRF କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶରେ ଡାକପଥର, ଚକ୍ରତା, ମୋରି ଏବଂ ଟୁନିର SDRF ଟିମ୍‌ଗୁଡ଼ିକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା। ରେସ୍କ୍ୟୁ କାର୍ଯ୍ୟ ଜାରି ରହିଛି ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଗଭୀର ଶୋକ ପ୍ରକାଶ କରିଥିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Share It

Comments are closed.