କରୋନାରେ ଆଖି ବୁଜିଲେ ବୁରୁଣ୍ଡିର ରାଷ୍ଟ୍ରପତି ‘ଙ୍କୁରୁନ୍ଜିଜା’
ପୂର୍ବ-ଆଫ୍ରିକୀୟ ଦେଶ ବୁରୁଣ୍ଡିର ରାଷ୍ଟ୍ରପତି ଙ୍କୁରୁନ୍ଜିଜାଙ୍କର ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । କିନ୍ତୁ କରୋନା ନୁହେଁ ବରଂ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ୫୫ ବର୍ଷୀୟ ଙ୍କୁରୁନ୍ଜିଜା ଶନିବାର ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଧିରେଧିରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିଲା । କିନ୍ତୁ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା ।
ବର୍ତ୍ତମାନସୁଦ୍ଧା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ତେବେ ତାଙ୍କ ପତ୍ନୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି କ୍ୱାରେଣ୍ଟାଇନରେ ରହିଛନ୍ତି । ଏଣୁ ସେ ତାଙ୍କ ପତ୍ନୀଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନସୁଦ୍ଧା ବୁରୁଣ୍ଡିରେ ୧୯୭,୦୦୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୫,୦୦୦ରୁ ଊଦ୍ଧ୍ୱର୍ ଏଥିରେ ପ୍ରାଣ ହରାଇଛନ୍ତି ।
Comments are closed.