ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ୩ଟି ଖାଦ୍ୟ

Share It

ଭୁବନେଶ୍ୱର : ସାରା ଭାରତରେ ବର୍ତମାନ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀର ସମ୍ମୁଖୀନ ହେଉଛନ୍ତି । ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ପ୍ରଦାନ କରିବା ଏବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏପରି ଜଟିଳ ସମୟରେ ଜଣେ କିପରି ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିପାରିବେ? ଏହାର ଉତ୍‌ତର ହେଉଛି ସରଳ । ଏଠାରେ ୩ଟି ଖାଦ୍ୟ ପ୍ରଦାନ କରାଯାଇଛି ଯାହା ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବ ଓ ଭାରତୀୟ ମାନଙ୍କ ପାଇଁ ଖରାଦିନେ ଏହା ଏକ ପ୍ରକୃଷ୍ଟ ଖାଦ୍ୟ ।
ଏଥ ମଧ୍ୟରୁ ପ୍ରଥମଟି ହେଉଛି ଆଲମଣ୍ଡ । ଏହା ପୋଷକ ସମୃଦ୍ଧ, ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର ଖାଦ୍ୟ । ଏଥିରେ ଅନେକ ଗୁଡିଏ ପୋଷକ ରହିଛି ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଭିଟାମିନ୍ ଇ ସମୃଦ୍ଧ ଆଲମଣ୍ଡ ଯାହା ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରେ, ଏହା ପଲମୋନାରି ଇମ୍ୟୁନ ଫଙ୍କସନକୁ ସହାୟତା ପ୍ରଦାନ କରେ । ଏଥିରେ ଭରପୁର କପର ଥାଏ ଯାହା ରୋଗ ପ୍ରତିରୋଧକ ପ୍ରଣାଳୀ ସ୍ୱାଭାବିକ କରିଥାଏ । ଦ୍ୱିତୀୟଟି ହେଉଛି ବସାଦହି ଯାହା ପ୍ରୋବାୟୋଟିକ୍ସରେ ସମୃଦ୍ଧ ଯାହାର ମାଇକ୍ରୋଅର୍ଗାନିଜିମ୍ ବ୍ୟକ୍ତିଙ୍କ ପେଟ ପାଇଁ ଉତ୍ତମ ଓ ଏହା ରୋଗ ପ୍ରତିରୋଧକ ପ୍ରଣାଳୀରେ ଉନ୍ନତି ଆଣିବାରେ ସାହାର୍ଯ୍ୟ କରେ । ତୃତୀୟଟି ହେଉଛି ଭିଟାମିନ୍ ସି ରେ ସମୃଦ୍ଧ କଞ୍ଚା ଆମ୍ବ । କଞ୍ଚା ଆମ୍ବରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍ ଏ ରହିଛି ଯାହାକି ରୋଗ ପ୍ରତିରୋଧକ କ୍ଷମତାରେ ଉନ୍ନତି ଆଣେ, ଏହି ସହିତ ଭିଟାମିନ୍ ସି ଫାଇଗୋସାଇଟସ୍‌ର କାର୍ଯ୍ୟକାରିତାକୁ ବୃଦ୍ଧି କରେ ଯାହାକି କ୍ଷତିକାରକ ବ୍ୟାକ୍ଟେିରିଆକୁ ନଷ୍ଟ କରେ ।


Share It

Comments are closed.