ଚଳିତବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା

Share It

ବ୍ରହ୍ମପୁର: ଚଳିତବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏହି ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନେଇ ଦୁଇଟି ତିଥି ସ୍ଥିର କରିଛନ୍ତି ମା’ ଙ୍କ ବାପଘର ଦେଶୀବେହେରାଙ୍କ ମୁଖ୍ୟ ପୂଜକ ସିଦ୍ଧାନ୍ତୀ । ଚଳିତ ମାର୍ଚ୍ଚ ୯ କିମ୍ବା ୧୨ ତାରିଖ ମଧ୍ୟରୁ ଗୋଟିଏ ଦିନ ସ୍ଥିର କରାଯିବା । ଯେଉଁ ତାରିଖ ସ୍ଥିର ହେବ ସେହି ଦିନ ମା’ଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବ । ଏନେଇ ସୂଚନା ଦେଇଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀବେହେରା ।

ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହୋଇଥାଏ ମା’ ବୁଢୀ ଠାକୁରାଣୀ ଯାତ୍ରା । ଚଳିତବର୍ଷ ଆୟୋଜିତ ହେବାକୁ ଥିବା ବେଳେ ଏହାକୁ ସହରବାସୀ ଅପେକ୍ଷା କରିଛନ୍ତି । ବୁଢୀ ଠାକୁରାଣୀ ଯାତ୍ରା ନିମନ୍ତେ ବୁଧବାର ଯାତ୍ରାର ଶୁଭଖୁଣ୍ଟି ପାଇଁ ଦୁଇଟି ତାରିଖ ଘୋଷଣା କରାଯାଇଛି । ଯାତ୍ରାର ପରମ୍ପରା ଅନୁଯାୟୀ ପ୍ରଥମେ ମା’ ବୁଢୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ପରେ ହିଁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥାଏ ।


Share It

Comments are closed.