ସ୍ୱଦେଶ ଫେରିଲେ ପାକିସ୍ତାନ ରେଂଜର ଦ୍ୱାରା ଅଟକ ଥିବା ବିଏସଏଫ ଯବାନ

Share It

ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଦ୍ୱାରା କଷ୍ଟଡିରେ ଥିବା ଭାରତୀୟ ଯବାନ ସୁରକ୍ଷିତ ଭାବେ ବୁଧବାର (ଆଜି) ଭାରତକୁ ଫେରି ଆସିଛନ୍ତି । ଭାରତୀୟ ଯବାନ ପିକେ ଶ, ଯିଏକି ଭୁଲ ବଶତଃ ଗତ ମାସରେ ପାକିସ୍ତାନ ସୀମା ପଳାଇଯାଇଥିବା ହେତୁ ତାଙ୍କୁ ସେନା ପକ୍ଷରୁ ଅଟକ ରଖାଯାଇଥିଲା । “୨୩ ଏପ୍ରିଲ ୨୦୨୫ରୁ ପାକିସ୍ତାନ ରେଂଜରଙ୍କ ଦ୍ୱାରା ଅଟକ ଥିବା ବିଏସଏଫ ଯବାନ ଆଜି ସକାଳ ୧୦.୩୦ ସମୟରେ ଅମରିତସରସ୍ଥିତ ଅଟ୍ରୀ ଚେକ ପୋଷ୍ଟ ଠାରୁ ଭାରତକୁ ହସ୍ତାନ୍ଥର ହୋଇଛନ୍ତି । ” ଏହି ହସ୍ତାନ୍ତର ପ୍ରକ୍ରିୟା ପ୍ରତିଷ୍ଠିତ ପ୍ରୋଟକଲ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ହୋଇଛି ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି ।


Share It

Comments are closed.