ପାକିସ୍ତାନ ପରିବର୍ତ୍ତେ ସୀମାରେ ବାଂଲାଦେଶ ଯବାନଙ୍କୁ ମିଠା ଖୁଆଇ ‘ଇଦ୍ ମୁବାରକ’ ଜଣାଇଲେ ଭାରତୀୟ ଯବାନ

Share It

ସୀମା ସୁରକ୍ଷା ବଳ(BSF) ଓ ଏହାର ସମକକ୍ଷ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ଇଦ୍‌ ଅବସରରେ ପରମ୍ପରାଗତ ଭାବେ ମିଠା ଆଦାନ ପ୍ରଦାନ ହୁଏ। କିନ୍ତୁ ଏଥର ଇଦ୍‌ରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ ହୋଇ ନାହିଁ। ଏହାର ସୂଚନା ଦେଇ ଅଧିକାରୀ କହିଛନ୍ତି, ସଂପ୍ରତି ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିବା କାରଣରୁ ମିଷ୍ଟାନର ଆଦାନ ପ୍ରଦାନ ହୋଇ ନାହିଁ। ଅଧିକାରୀ କହିଛନ୍ତି, ସୀମା ପାରରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଘଟଣା ଅନବରତ ଜାରି ରହିଛି। ଏଥିପାଇଁ ମିଠାର ଆଦାନପ୍ରଦାନ ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ଜାମ୍ମଠୁ ନେଇ ଗୁଜରାଟ ପର୍ଯ୍ୟନ୍ତ କୌଣସି ବି ସ୍ଥାନରେ ହୋଇ ନାହିଁ। ଏହି ସୀମାର ସୁରକ୍ଷା ଦାୟିତ୍ଵରେ ବିଏସଏଫ ନିୟୋଜିତ ଅଛନ୍ତି।

ଅଧିକାରୀ କହିଛନ୍ତି, ସୁରକ୍ଷାକର୍ମୀ ଗତ ବର୍ଷ ଦୀପାବଳିରେ, ବିଏସଏଫର ସ୍ଥାପନ ଦିବସ ଡିସେମ୍ବର ୧, ସାଧାରଣତନ୍ତ୍ର ଦିବସରେ ଏହି ପରମ୍ପରା ନିଭାଇବାକୁ ଉଦ୍ୟମ କରିଥିଲେ, ମାତ୍ର ଏହି ପଦକ୍ଷେପରେ ପାକିସ୍ତାନ ପକ୍ଷରୁ କୌଣସି ସକରାତ୍ମକ ପ୍ରତିକ୍ରିୟା ମିଳିନଥିଲା। କିନ୍ତୁ ବିଏସଏଫ  ପୂର୍ବ ସୀମାରେ ବାଂଲାଦେଶୀ ସମକକ୍ଷ ବର୍ଡର ବଂଲାଦେଶ ସହିତ ମିଠା ଆଦାନ ପ୍ରଦାନ କରିଛନ୍ତି। ବିଏସଏଫ ପଶ୍ଚିମବଙ୍ଗ ସୀମାନ୍ତ ଦ୍ଵାରା ଜାରି ବିଜ୍ଞପ୍ତିରେ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଯବାନଙ୍କ ମଧ୍ୟରେ ସୀମାରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ମାହୋଲରେ ଇଦ୍‌ ମୁବାରକ ଜଣାଇବା ସହିତ ମିଷ୍ଠାନ ଆଦାନ ପ୍ରଦାନ ହୋଇଛି।


Share It

Comments are closed.