ଆଜି ଠାରୁ ବ୍ରିଟେନରେ କରୋନା ଟୀକାକରଣ, ମହାରାଣୀ ଏଲିଜାବେଥ ଏବଂ ପ୍ରିନ୍ସ ଫିଲିପଙ୍କୁ ଦିଆଯିବ ସର୍ବପ୍ରଥମେ ଟୀକା

Share It

ବ୍ରିଟେନରେ ମଙ୍ଗଳବାର କରୋନା ଟିକାକରଣ ଆରମ୍ଭ ହୋଇଛି। ବ୍ରିଟେନ୍‌ ସରକାର ଫାଇଜର-ବାୟୋଏନଟେକ୍‌ ଦ୍ୱାରା ପ୍ରସ୍ତୁତ ଫାଇଜର ଟିକାକୁ ଗତ ସପ୍ତାହରେ ଅନୁମତି ଦେବା ପରେ ଆଜି ତାହା ଲୋକଙ୍କୁ ଦିଆଯାଇଛି। ଯେଉଁମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି, ସେହିମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯାଉଛି। ୮୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ଏବଂ ଜାତୀୟ ସ୍ୱାସ୍ଥ୍ୟ ସେବା(ଏନଏଚଏସ)ର କାର୍ଯ୍ୟକର୍ତ୍ତାମାନଙ୍କୁ ଟିକାକରଣ ପାଇଁ ଗୁରୁତ୍ଵ ଦିଆଯାଇଛି।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଆଜିର ଦିନକୁ ଭି-ଡେ ବା ଭ୍ୟାକ୍ସିନ-ଡେ ଭାବେ ଘୋଷଣା କରିଛନ୍ତି। ଲମ୍ବା ସମୟ ଧରି ବ୍ରିଟେନ ଜାରି ରଖିଥିବା କରୋନା ଯୁଦ୍ଧର ଅସଲି ଲଢ଼େଇ ଆଜିଠାରୁ ଆରମ୍ଭ ହେଲା ଏବଂ ଏହା କରୋନା ମୁକାବିଲା ଦିଗରେ ସବୁଠୁ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଜନସନ୍‌ କହିଛନ୍ତି।

ସୂଚନା ଅନୁସାରେ, ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ୧୭ ଲକ୍ଷ ୩୭ ହଜାର ୯୬୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ୬୧ ହଜାର ୪୩୪ ଜଣଙ୍କ ମୃତ୍ୟୁ ଘଟିଛି।


Share It

Comments are closed.