ଭୀଷଣ ବର୍ଷାରେ ଭାସି ଗଲା ବ୍ରିଜ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲେ ୧୦ ଗାଁ ଲୋକ

Share It

ଗୁରୁବାର ସକାଳେ ବ୍ରିଜ ଭୁଷୁଡିଯିବା କାରଣରୁ ପାଖାପାଖି ୧୦ଟି ଗ୍ରାମର ଜନସାଧାରଣ ବାହ୍ୟଜଗତ ଏବଂ ବିଚ୍ଛିନ୍ନ ହୋଇଯାଇଛନ୍ତି । ଭୀଷଣ ବର୍ଷା କାରଣରୁ ନୂଆପଡା ଜିଲ୍ଲାସ୍ଥିତ ସୁନାବେଢା ଅଭୟାରଣ୍ୟ ଅନ୍ତର୍ଗତ କୋମନା ବ୍ଲକରେ ସ୍ଥାନୀୟ ଭିତ୍ତିଭୂମି ଏବଂ ସଡକ ଯୋଗାଯୋଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ମିଳିଥିବା ସୂଚନା ମୁତାବକ, ସୁନାବେଢାରୁ-ଗତିବେଢାକୁ ସଂଯୋଗ କରୁଥିବା ବ୍ରିଜ ସଂପୂର୍ଣ୍ଣ ଭାସି ଯାଇଛି । ଯାହା ଫଳରେ ୧୦ ଟି ଗାଁ ର ଜନସାଧାରଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା କାରଣରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପଟେ, ଭସ୍ଖଳନ, ଗଛ ଏବଂ ଇଲେକଟ୍ରିକ ଖୁଣ୍ଟି ଉପୁଡି ପଡିବା କାରଣରୁ ଚେରେଚୁଆନ- ଜାମଗାଁ ଘାଟି ମୁଖ୍ୟରାସ୍ତାଟି ଅବରୋଧିତ ହୋଇପଡିଛି ।


Share It

Comments are closed.