ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅଭିଷେକଙ୍କ ୱେବସିରିଜ ‘ବ୍ରେଥ ଇନ୍ ଟୁ ଦ ଶ୍ୟାଡୋଜ୍’
ଅଭିନେତା ଅଭିଷେକ ବଚ୍ଚନ ଏବେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଆମାଜନ୍ ପ୍ରାଇମ୍ର ୱେବ୍ସିରିଜ୍ ‘ବ୍ରେଥ ଇନ୍ ଟୁ ଦ ଶ୍ୟାଡୋଜ୍’ ଜରିଆରେ ଓଟିଟି ପ୍ଲାଟଫର୍ମରେ ପଦାର୍ପଣ କରିବେ ସେ । ଅଭିଷେକ ତାର ରିଲିଜ୍ ତାରିଖ ସହିତ ଫାଷ୍ଟ ଲୁକ୍କୁ ସୋସାଲ ମିଡିଆରେ ସେୟାର କରିଛନ୍ତି । ଫାଷ୍ଟ ଲୁକ୍ର ପୋଷ୍ଟରରେ ଏକ ବଡ଼ ମୁଖା ଭାଙ୍ଗି ଯାଇଥିବାର ଦେଖିବାକୁ ମିଳୁଛି । ତାର ମଧ୍ୟଭାଗରେ ଏକ ଛୋଟ ଝିଅ ଶୋଇ ରହିଛି । ମୁଖା ସହିତ ଝିଅର କାହାଣୀର କ’ଣ ସଂପର୍କ ରହିଛି ତାହା ଜାଣିବା ଲାଗି ଏହାକୁ ଦେଖିବାକୁ ଅଭିଷେକ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ।
ଜୁଲାଇ ୧୦ରେ ଏହି ୱେବସିରିଜ୍ ରିଲିଜ୍ ହେବ । ଏଥିରେ ଅଭିଷେକଙ୍କ ସହିତ ଅମିତ ସାଧ୍, ନିତ୍ୟା ମେନନ୍, ସୈୟାମୀ ଖେର୍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଏହି ସାଇକୋଲୋଜିକାଲ କ୍ରାଇମ ଥ୍ରିଲରକୁ ଅବୁଦନ୍ତିଆ ଏଣ୍ଟରଟେନମେଣ୍ଟ ପକ୍ଷରୁ ପ୍ରଯୋଜନା କରାଯାଇଛି । ମୟଙ୍କ ଶର୍ମା ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ସୂଚନାଥାଉକି, ଏହା ପୂର୍ବରୁ ଆମାଜନ୍ ପ୍ରାଇମ୍ରେ ‘ବ୍ରିଦ୍’ ଶୀର୍ଷକରେ ୨୦୧୮ରେ ଏକ ୱେବ୍ସିରିଜ୍ ପ୍ରସାରିତ ହୋଇଥିଲା । ତାକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ । ସେଥିରେ ଆର ମାଧବନ୍ ଏବଂ ଅମିତ ସାଧ୍ଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା ।
Comments are closed.