ବିପିଏଲ୍ ସ୍ମାର୍ଟ ଭାବରେ ଡିଜାଇନ୍ ହୋଇଥିବା କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍‌ସର ନୂତନ ରେଞ୍ଜର ଶୁଭାରମ୍ଭ କରିଛି

Share It

ମୁମ୍ବାଇ: ବିପିଏଲ୍ ର ନୂତନ ପ୍ରତିଶ୍ରୁତି “ହାପି ଲିଟିଲ୍ ଥିଙ୍ଗ୍‌ସ” ଗ୍ରାହକଙ୍କ ସନ୍ତୁଷ୍ଟିକୁ ଧ୍ୟାନରେ ରଖି କରାଯାଇଛି । ଆମ ଜୀବନରେ ଛୋଟ ଛୋଟ ବିଷୟ ବଡ଼ ପରିବର୍ତନ ଆଣିଥାଏ । ଏବଂ ଏହାକୁ ସଦ୍ୟତମ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍‌ସ ନୂତନ ଉତ୍ପାଦରେ ପ୍ରତିଫଳିତ କରାଯାଇଛି । ଗଭୀର ମାର୍କେଟ ଗବେଷଣା ଓ ଗ୍ରାହକ ବ୍ୟବହାରକୁ ଅନୁଧ୍ୟାନ କରି, ଏହି ରେଞ୍ଜ ଡିଜାଇନର କ୍ଷୁଦ୍ରତମ ଅଂଶ ଉପରେ ଧ୍ୟାନ ପ୍ରଦାନ କରିବା ସହିତ ସମଗ୍ର ଉତ୍ପାଦ ଉପରେ ମଧ୍ୟ ସେହିପରି ଧ୍ୟାନ ପ୍ରଦାନ କରିଥାଏ । କମ୍ପାନୀ ବିଶ୍ୱାସ କରେ ଯେ ଏପରି ବିଷୟ ହୁଏତ ସମ୍ମୁଖରୁ ଦେଖାଯିବ ନାହିଁ କିନ୍ତୁ ଏହା ଗ୍ରାହକଙ୍କ ଜୀବନରେ ନିଶ୍ଚିତ ଭାବରେ ପାର୍ଥକ୍ୟ ସୃଷ୍ଟି କରିବ ।

ଆମେ ଆମର ଅଧିକ ସମୟ ଘର ମଧ୍ୟରେ ବିତାଇଥାଉ । ସାରା ଦିନ ସ୍ୱଚ୍ଛ କୁଲିଂ ପାଇବା ପାଇଁ, ଗ୍ରାହକମାନେ ଏବେ ବିପିଏଲ୍ ଏସି ର ବ୍ୟାପକ ଶ୍ରେଣୀ ମଧ୍ୟରୁ ଚୟନ କରିପାରିବେ ଯେଉଁଥିରେ ରହିଛି ଶକ୍ତିଶାଳୀ ୫ଇଟ୍‌ଟେକ୍ ଫିଲ୍‌ଟରେସନ ବୈଶିଷ୍ଟ୍ୟ । ଆଉ ମଧ୍ୟ ଅଫରରେ ଆଂଟି-ବ୍ୟାକ୍ଟେରିଆଲ୍ ଓ ଆଂଟି-ଡଷ୍ଟ ଡେକୋରେଟିଭ୍ ଫ୍ୟାନ୍ ଉପଲବ୍ଧ ରହିଛି, ଯଦି ଗ୍ରାହକ ଆରାମଦାୟକ ତାଜା ବାୟୁକୁ ପସନ୍ଦ କରନ୍ତି । ଯେଉଁମାନେ ଖାଦ୍ୟପ୍ରିୟ ଅଟନ୍ତି, ସେମାନଙ୍କ ପାଇଁ ବିପିଏଲ୍ ରେଫ୍ରିଜରେଟରର ନ୍ୟାଚୁରାଲ୍ ଫ୍ରେସ୍ ଟେକ୍‌ନୋଲୋଜି ଏକ ବରଦାନ ସଦୃଶ । ଏହା ମଧ୍ୟରେ ଖାଦ୍ୟ ସତେଜ ରହିଥାଏ ଓ ତାଜା ଅନୁଭୂତ ହୋଇଥାଏ ।

ଏବେ ବିଭିନ୍ନ ପ୍ଲାଟଫର୍ମରେ ଅନେକ ପ୍ରକାର କଂଟେଟ ଉପଲବ୍ଧ ରହିଛି । ଗ୍ରାହକମାନେ ଏବେ ଏପରି ଟିଭି ଚାହୁଁଛନ୍ତି ଯାହାକି ବ୍ୟବହାରରେ ସହଜ ଓ ସ୍ମାର୍ଟ ହୋଇଥିବ । ବିପିଏଲ୍ ର ନୂଆ ରେଞ୍ଜର ୪କେ ଆଣ୍ଡ୍ରଏଡ୍ ସ୍ମାର୍ଟ ଟିଭି ଏଜ-ଟୁ-ଏଜ୍ ଡିସପ୍ଲେ ସୁବିଧା ସହିତ ଆସିଥାଏ ଓ ଦର୍ଶକ ଏକ କ୍ରିଷ୍ଟାଲ୍ କ୍ଲିୟର, ବିଜେଲ୍ ଫ୍ରି ଦେଖିବା ଅନୁଭବ ପାଇ ପାରିଥାନ୍ତି । ପାଣିକୁ ସଂଚୟ କରିବା ପାଇଁ ବିପିଏଲ ର ମଧ୍ୟ ଅନେକ ପ୍ରକାର ୱାସିଂ ମେସିନ୍ ଉପଲବ୍ଧ ରହିଛି ଯାହା ୩୦% ପର୍ଯ୍ୟନ୍ତ କମ୍ ପାଣିର ବ୍ୟବହାର କରିଥାଏ ଓ ସଫା କରିବାର ମାନ ମଧ୍ୟ ଉତ୍କୃଷ୍ଟ ରହିଥାଏ । ଶକ୍ତି ସଚେତନ ଗ୍ରାହକମାନେ ମ୍ୟାଜିକ୍ ସେନ୍‌ସର ଲାଇଟ୍ ର ସୁବିଧା ପାଇପାରିବେ ଯାହାକି ମନୁଷ୍ୟର ଉପସ୍ଥିତି କ୍ରମେ ଆପେ ଆପେ ସୁଇଚ୍ ଅନ୍‌/ ଅଫ୍ ହୋଇଥାଏ । ବିଦ୍ୟୁତକୁ ସଂଚୟ କରିବା ଏପରି ସହଜ ପୂର୍ବରୁ କେବେ ବି ନଥିଲା! ଆହୁରି ମଧ୍ୟ ସ୍ମାର୍ଟ ଲାଇଟ୍ ଉପଲବ୍ଧ ରହିଛି ଯାହାକୁ ସ୍ମାର୍ଟ ଫୋନ୍ ଜରିଆରେ ନିୟନ୍ତ୍ରିତ କରାଯାଇପାରିବ । ଯଦି ପାୱାର ଚାଲିଯାଏ, ସେହି ସମୟରେ ପାୱାର-ଅପ୍ ଇନଭର୍ଟର ଲାଇଟକୁ ସହଜରେ ବ୍ୟବହାର କରାଯାଇ ପାରିବ ।

ବିପିଏଲ୍ ର ବ୍ୟାପକ ଶ୍ରେଣୀୟ ଅଡିଓ ଡିଭାଇସ୍ ଅଡିଓଫାଇଲ୍‌ସ ମଧ୍ୟରେ ଅତିରିକ୍ତ ଘଂଟାର ପ୍ଲେଇଂ କ୍ଷମତା ରହିଛି । ଏହା ବ୍ୟତୀତ ଛୋଟ କିଚେନ୍ ଓ ହୋମ୍ ଆପ୍ଲିଆନ୍‌ସେସ୍‌, ପର୍ସୋନାଲ୍ କେୟାର ଇଲେକ୍‌ଟ୍ରୋନିକ୍‌ସ ର ବ୍ୟାପକ ସମ୍ଭାର ରହିଛି ଯାହା ମଧ୍ୟରୁ ଗ୍ରାହକ ନିଜ ପସନ୍ଦର ଉତ୍ପାଦକୁ ବାଛିପାରିବେ ।

ବିପିଏଲ୍ ଉତ୍ପାଦ ସାରା ଦେଶରେ ଏହାର ବ୍ୟାପକ ନେଟୱର୍କ ଓ ସ୍ଥାନୀୟ ଇଲେକ୍‌ଟ୍ରୋନିକ୍ ଷ୍ଟୋର, ବଡ଼ ଫର୍ମାଟ୍ ଷ୍ଟୋର ଓ ଆଧୁନିକ ରିଟେଲ୍ ଆଉଟଲେଟ୍ ରେ ଉପଲବ୍ଧ ରହିଛି । ଗ୍ରାହକମାନେ ସେମାନଙ୍କର ନିକଟତମ ଷ୍ଟୋରକୁ ଯାଇ ମନ ପସନ୍ଦର ଉତ୍ପାଦକୁ ବାଛି ପାରିବେ ଏବଂ /କିମ୍ବା ଅଗ୍ରଣୀ ରିଟେଲରଙ୍କ ୱେବସାଇଟ୍ ମାଧ୍ୟମରେ ମଧ୍ୟ କ୍ରୟ କରିପାରିବେ । ବଜାଜ୍‌, ଆଡିଏଫସି, ଏଚଡିଏଫସି ଓ ପାଇନ୍ ଲ୍ୟାବ୍‌ସ ପକ୍ଷରୁ ସ୍ୱତନ୍ତ୍ର ଫାଇନାନ୍ସ ଅଫର ମଧ୍ୟ ପ୍ରଦାନ କରାଯାଉଛି ।

ବିପିଏଲ୍ ର ସାରା ଭାରତରେ ଏକ ବ୍ୟାପକ ନେଟୱର୍କ ରହିଛି ଯାହା ପ୍ରାୟତଃ ସମସ୍ତ ପିନ କୋଡକୁ କଭର କରିଥାଏ । କମ୍ପାନୀର ମଧ୍ୟ ପ୍ରମାଣିତ ଇଞ୍ଜିନିୟରଙ୍କର ଏକ ଦୃଢ଼ ଟିମ୍ ରହିଛି ଯାହାକି ଗ୍ରାହକମାନଙ୍କୁ ଉଚ୍ଚ ମାନର ଉତ୍ପାଦ ସହାୟତା ପ୍ରଦାନ କରିଥାନ୍ତି । ବିପିଏଲ୍ ଉତ୍ପାଦ ଗୁଡ଼ିକୁ ଭାରତରେ ସ୍ୱତନ୍ତ୍ର ଭାବରେ ରିଲାଏନସ ରିଟେଲ ଦ୍ୱାରା ମାର୍କେଟ୍ କରାଯାଉଛି । ବିପିଏଲ୍ ହେଉଛି ବିପିଏଲ୍ ଲିମିଟେଡ୍ ର ଏକ ପଞ୍ଜୀକୃତ ଟ୍ରେଡମାର୍କ ଓ ଏହାକୁ ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ଦ୍ୱାରା ଲାଇସେନ୍ସ ଅଧୀନରେ ବ୍ୟବହାର କରାଯାଉଛି ।


Share It

Comments are closed.