ପୁଣି ବିମାନରେ ବୋମା ଆତଙ୍କ, ବନ୍ଦ ହେଲା ବୋର୍ଡିଂ


ବିମାନରେ ବୋମା ଆତଙ୍କ । ଗତକାଲି ସଂନ୍ଧ୍ୟାରେ ଦିଲ୍ଲୀରୁ ପୁଣେ ଯିବାକୁ ଥିବା ସ୍ପାଇସ ଜେଟର ଏକ ବିମାନରେ ବୋମା ଥିବା ସୂଚନା ମିଳିଛି । ବିମାନ ଉଡାଣ ଭରିବା ପୂର୍ବରୁ ବୋମା ସମ୍ପର୍କରେ ଫୋନ କଲ ଆସିଥିଲା । ଯାହା ଫଳରେ ଯାତ୍ରୀଙ୍କ ବୋର୍ଡିଂ ବନ୍ଦ କରାଯାଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାକୁ ଭଲ ଭାବରେ ଯାଞ୍ଚ କରାଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନ ଥିବା ସୂଚନା ମିଳିଛି । ବିମାନର କ୍ରୁ ସଦସ୍ୟଙ୍କ ସହ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବିମାନବନ୍ଦରରେ ଆତଙ୍କ ଖେଳିଯାଇଛି ।

ସୂଚନା ମୁତାବକ, ସ୍ପାଇସ ଜେଟର sg 8938 ବିମାନ ବନ୍ଦର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର ସଂନ୍ଧ୍ୟା ୫ଟା ୩୫ ମିନିଟ ସମୟରେ ପୁଣେ ଅଭିମୁଖେ ଉଡାଣ ଭରିବାକୁ ଥିଲା । ଏନେଇ ସମସ୍ତ ଯାତ୍ରୀ ବୋର୍ଡି ଅଭୁମୁଖେ ଗେଟ ନିକଟରେ ପହଞ୍ଚି ଥିଲେ । ହେଲେ ବିମାନ ଉଡାଣ କରିବା ପୂର୍ବରୁ ଏଥିରେ ବୋମା ଥିବା ନେଇ ଏକ ଫୋନ କଲ ଆସିଥିଲା । ଯାହା ଫଳରେ ବିମାନ ବନ୍ଦର ପରିସରରେ ଆତଙ୍କ ଖେଳି ଯାଇଥିଲା। ଏନେଇ ବୋମସ୍କ୍ବାର୍ଡକୁ ଖବର ଦିଆଯାଇଥିବା ବେଳେ ପୋଲିସ ଓ ସିଆଇଏସଫ ମଧ୍ୟ ସଜାଗ ରହିଥିଲେ । ଯାତ୍ରୀଙ୍କ ବୋଡିଂ ବନ୍ଦ କରାଯାଇ ବିମାନକୁ ତଲାସୀ କରାଯାଇଥିଲା । ହେଲେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନ ଥିବା ଜଣାଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ହେଲେ ବିମାନରେ ବୋମା ଥିବା ନେଇ କିଏ କଲ କରିଥିଲା । ଏହା ମିଥ୍ୟା କଲ ଥିଲା କି ,ସେନେଇ ତଦନ୍ତ ଆରମ୍ଭ ହୋଇଛି । ତେବେ ବିମାନରେ ଏଭଳି ବୋମା ଧମକ ମିଳିବା ପ୍ରଥମ ଘଟଣା ନୁହେଁ । ଅନେକ ସମୟରେ ବିମାନରେ ବୋମାଥିବା ନେଇ ଗୁଜବ ଖବର ମଧ୍ୟ ଆସୁଛି । ଏହା ପୂର୍ବରୁ ଜାନୁଆରୀ ୧୦ରେ ମସ୍କୋରୁ ଗୋଆ ଆସୁଥିବା ରୁଷୀୟ ଏଆରଲାଇନ୍ସର AZURର ବିମାନରେ ସୋମବାର ରାତିରେ ବମ୍‌(Bomb threat) ଥିବା ସୂଚନା ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତୁରନ୍ତ ଗୁଜୁରାଟର ଜାମନଗରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ଓ ସମସ୍ତ ୨୩୬ ଯାତ୍ରୀ ଏବଂ ୮ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା । ତା’ପରେ ଗୁଜୁରାଟ ପୋଲିସର ବମ୍ ଡିସପୋଜାଲ୍ ଟିମ୍‌ ବିମାନ ଭିତରେ ଯାଞ୍ଚ କରିଥିଲା । ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହାକୁ ଜାମନଗର ସ୍ଥିତ ଭାରତୀୟ ବାୟୁସେନା ଏୟାରବେସ୍‌ରେ ଅବତରଣ କରାଯାଇଥିଲା । ସେପଟେ ଏହି ଘଟଣା ନେଇ ରୁଷ୍ ଦୂତାବାସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ଅଧିକାରୀମାନେ ଯୋଗାଯୋଗ କରି ବିମାନରେ ବୋମା ଭୟ ଥିବା କଥା ଓ ଜରୁରୀ ଅବତରଣ ବିଷୟରେ ଜଣାଇଥିବା ରୁଷୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।


Share It

Comments are closed.