ଆଠ ଥର ଅଲିମ୍ପିକ୍ ଚାମ୍ପିଅନ୍ ରହିଥିବା ଉସେନ୍ ବୋଲ୍ଟ କରୋନା ସଂକ୍ରମିତ, ଫରାଟା କିଙ୍ଗଙ୍କ ଜନ୍ମଦିନ ପାର୍ଟିରେ ଏହି ଖେଳାଳୀ ମଧ୍ୟ ଥିଲେ ସାମିଲ


ଆଠ ଥର ଅଲିମ୍ପିକ୍ ଚାମ୍ପିଅନ୍ ପୂର୍ବତନ ଫେରେଟା ରନର୍ ଉସେନ୍ ବୋଲ୍ଟ କରୋନା ପଜିଟିଭ୍ ବୋଲି ଜଣାପଡିଛି | ଗତ ସପ୍ତାହରେ ୩୪ ତମ ଜନ୍ମଦିନରେ ମାସ୍କ ବିନା ଜୋରଶୋରରେ ପାର୍ଟି କରୁଥିବା ବୋଲ୍ଟ ନିଜ ଘରେ କ୍ବାରେଂଟାଇନରେ ଅଛନ୍ତି। ଜାମାଇକା ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଖବରର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଉସେନ ସୋସିଆଲ ମିଡିଆରେ ଏକ ଛୋଟ ଭିଡିଓ ଅପଲୋଡ଼ କରିଥିଲେ । ଯେଉଁଥିରେ ସେ ନିଜକୁ କରୋନା ପଜିଟିଭ ବୋଲି ସନ୍ଦେହ ବ୍ୟକ୍ତ କରିଥିଲେ ଏବଂ ନିଜେ ସତର୍କତା ଅବଲମ୍ବନ ସ୍ବରୁପ ନିଜକୁ ଆଇସେଲେଟ ମଧ୍ୟ କରିଥିଲେ।


୨୧ ଅଗଷ୍ଟରେ ତାଙ୍କ ଜନ୍ମଦିନ ପାଳନ ଅବସରରେ ସେ ସାମାଜିକ ଦୂରତା ପ୍ରୋଟୋକଲ୍ ଅନୁସରଣ କରିନଥିଲେ | ସୋସିଆଲ ମିଡିଆରେ ଫରାଟା କିଙ୍ଗ ଉସ୍ଭାନ ବୋଲ୍ଟଙ୍କର ବାର୍ଥଡେ ପାର୍ଟି ସେଲିବ୍ରେସନର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନା ସାମାଜିକ ଦୂରତା ରହିଛି କିମ୍ବା ନା କେହି ମାସ୍କ ପିନ୍ଧିଛନ୍ତି| ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ କ୍ରିକେଟର କ୍ରିସ ଗେଲ, ଫୁଟବଲର ରହୀମ ଷ୍ଟର୍ଲିଙ୍ଗଙ୍କ ଭଳି ଦିଗଜ ଖେଳାଳୀ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ‘ୟୁନିଭର୍ସ ବସ୍’ ନିଜେ ନେଗେଟିଭ ବୋଲି ସୂଚନା ଦେଇଛନ୍ତି।


ଚଳିତ ବର୍ଷ ମେ ମାସରେ ଶିଶୁର ପିତା ହୋଇଥିବା ବୋଲ୍ଟ ୨୦୧୭ ରେ ଅବସର ନେଇଥିଲେ | ଆଥଲେଟିକ୍ସକୁ ବିଦାୟ ଦେବା ପୂର୍ବରୁ କ୍ରମାଗତ ତିନୋଟି ଅଲିମ୍ପିକ୍ସରେ (୨୦୦୮, ୨୦୧୨, ୨୦୧୬) କାରିବିଆନ୍ ସ୍ପ୍ରିଣ୍ଟର୍ ୧୦୦ ମିଟର, ୨୦୦ ମିଟର ସ୍ବର୍ଣ୍ଣ ହାସଲ କରିଥିଲେ, ଯାହାକି ଏକ ବିଶ୍ୱ ରେକର୍ଡ | ବର୍ତ୍ତମାନ ସୋସିଆଲ ମିଡିଆରେ ବୋଲ୍ଟଙ୍କ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଥିବାବେଳେ କେତେକ ଅସାବଧାନତା ହେତୁ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି।


Share It

Comments are closed.