ଓଡ଼ିଶା ନିର୍ମାଣ ନିଗମର ୨୯୦ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ସମ୍ପନ୍ନ

Share It

ଭୁବନେଶ୍ବର: ଓଡ଼ିଶା ନିର୍ମାଣ ନିଗମ(ଓସିସିଏଲ)ର ୨୯୦ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡିରେକ୍ଟର୍ସ) ବୈଠକ ଆଜି ଅପରାହ୍ଣରେ  ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ୟୁନିଟ୍-୮ ସ୍ଥିତ ଓସିସିଏଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ  ଓସିସିଏଲ ତରଫରୁ ପ୍ରସ୍ତାବିତ କାର୍ଯ୍ୟ ନିମନ୍ତେ ବଜେଟ୍ ଅନୁମୋଦନ କରାଯାଇଥିଲା । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ମୁତାବକ ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଗର୍ଗ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ଶେଷ କରିବା ପାଇଁ ଯେଉଁ ସବୁ ଆହ୍ୱାନ ରହିବ, ତାହାକୁ ଦୃଷ୍ଟିରେ ରଖି ଓସିସିଏଲର କାର୍ଯ୍ୟଧାରାକୁ ଅଧିକ ସୁଦୃଢୀକରଣ କରିବାକୁ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ ।


Share It

Comments are closed.