ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର+ସର୍ଭିସ୍ ଅଭିଯାନର ଘୋଷଣା
ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଏହାର ସମସ୍ତ ଡିଲର୍ ନେଟ୍ୱର୍କରେ ଥିବା ଗ୍ରାହକମାନଙ୍କ ପାଇଁ ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର+ ସର୍ଭିସ୍ ଅଭିଯାନର ଘୋଷଣା କରାଯାଇଛି । ବିଏମଡବ୍ଲୁ ଗ୍ରାହକମାନେ ଏବେ ବ୍ୟାପକ ଆଫ୍ଟର୍ସେଲ୍ସ ସର୍ଭିସେସ୍, ପ୍ରି-ମନ୍ସୁନ୍ ଓ ଇଲେକ୍ଟ୍ରିକାଲ ଫଙ୍କ୍ସନ୍ ପାଇପାରିବେ ଏବଂ ସେମାନଙ୍କର ବିଏମଡବ୍ଲୁ ଗାଡିକୁ ଯେକୌଣସି ସମୟରେ ଯାତ୍ରା ପାଇଁ ପ୍ରସ୍ତୁତ ରଖିପାରିବେ ।
ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆର କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍ଲିଣ୍ଡୋ ଟେକ୍ସିଏରା କହିଛନ୍ତି ଯେ, ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର+ ସର୍ଭିସ୍କୁ ସାମଗ୍ରିକ ଯାନ ସୁରକ୍ଷା ଓ ସବୁ ସମୟରେ ଗ୍ରାହକଙ୍କ କାର୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା ସୁନିଶ୍ଚିତ କରିବା ଲାଗି ଡିଜାଇନ୍ କରାଯାଇଛି । ବହୁ ଅଭିଜ୍ଞତା, ତାଲିମ୍ପ୍ରାପ୍ତ ଟେକ୍ନିସିଆନ୍, ସ୍ୱତନ୍ତ୍ର ୱର୍କସପ୍ ଟେକ୍ନୋଲୋଜି ଓ ଓରିଜିନାଲ ବିଏମଡବ୍ଲୁ ପାର୍ଟସ୍ ଆଦିରେ ସଜ୍ଜିତ ଏହି ଅଭିଯାନ ଯୋଗୁ ଆମର ଗ୍ରାହକମାନେ ସବୁସମୟରେ ନିଶ୍ଚିତ ମାନସିକ ଶାନ୍ତି ଓ ସର୍ବାଧିକ ଡ୍ରାଇଭିଙ୍ଗ୍ ଆନନ୍ଦ ପାଇପାରିବେ ।
ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର +୩୩ ହେଉଛି ଏକ +୩୩ ପଏଂଟ୍ ଚେକ୍ ସର୍ଭିସ୍, ଯାହକୁ ବର୍ଷସାରା ବିଏମଡବ୍ଲୁ ଯାନଗୁଡିକୁ ଉନ୍ନତ ସ୍ଥିତିରେ ପ୍ରସ୍ତୁତ ରଖିବାକୁ ଡିଜାଇନ୍ କରାଯାଇଛି । ନିକଟରେ ଆରମ୍ଭ କରାଯାଇଥିବା ‘ବିଏମଡବ୍ଲୁ କଂଟାକ୍ଟଲେସ୍ ଏକ୍ସପେରିଏନ୍ସର ଉପଯୋଗ କରି ଗ୍ରାହକମାନେ ନିଜ ଘରେ ରହି ନିଜ ସୁବିଧା ମୁତାବକ ତାରିଖ ଓ ସମୟ ଚୟନ କରିପାରିବେ ଏବଂ ନିଜର ନିକଟସ୍ଥ ଡିଲରସିପ୍ ସହ ଏକ୍ସଟେଣ୍ଡେଡ୍ କେୟାର+ ସର୍ଭିସ୍ ପାଇଁ ବୁକିଙ୍ଗ୍ କରିପାରିବେ । ସେବା ସମ୍ବନ୍ଧୀୟ ପେମେଂଟ୍ଗୁଡିକୁ ଅନ୍ଲାଇନ୍ରେ ଏକ ସୁରକ୍ଷିତ ମାଧ୍ୟମରେ ପଇଠ କରାଯାଇପାରିବ । ଲକ୍ଡାଉନ୍ ଅବଧି ଶେଷ ହେବା ପରେ ସ୍ଥାନୀୟ ସରକାରଙ୍କ ନିର୍ଦ୍ଦେଶର ଅନୁପାଳନ ଅନୁଯାୟୀ ସେବା ଓ ଡେଲିଭରି କରାଯିବ । ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର+ ର ସର୍ତାବଳୀ ସମ୍ପର୍କିତ ସମସ୍ତ ସୂଚନା ପାଇଁ ଗ୍ରାହକାମନେ ନିକଟସ୍ଥ ବିଏମଡବ୍ଲୁ ସର୍ଭିସ୍ ସେଂଟର୍ ସହ ଯୋଗଯୋଗ କରିପାରିବେ ।
Comments are closed.